ଋଷ-ୟୁକ୍ରେନ ଯୁଦ୍ଧ : ଭାରତର ଭୂମିକାକୁ ପ୍ରଶଂସା କଲେ ବୋରିସ୍ ଜନସନ୍; କହିଲେ ଭାରତର ଷ୍ଟାଣ୍ଡ କ’ଣ ତାହା ସମସ୍ତଙ୍କୁ ଜଣା,ଏଥିରେ ପରିବର୍ତ୍ତନ ହେବାର ନାହିଁ

177

କନକ ବ୍ୟୁରୋ : ୟୁକ୍ରେନ-ଋଷ ମଧ୍ୟ ଯୁଦ୍ଧ ଭିତରେ ଭାରତର ନୀତିକୁ ନେଇ ବିଟ୍ରେନ ପ୍ରଧାନମନ୍ତ୍ରୀ କ’ଣ କହିବେ ତାକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ମୋଦୀଙ୍କ ସହ ବୈଠକ ପରେ ଏହା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି, ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତର ପକ୍ଷ କଣ ଅଛି ତାହା ସମସ୍ତଙ୍କୁ ଜଣା । ଏବଂ ଏହା ପରିବର୍ତ୍ତନ ହେବାର ନାହିଁ ବୋଲି ସେ କହିଛନ୍ତିି । ବୈଠକକୁ ନେଇ ଭାରତର ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଳା କହିଛନ୍ତି, ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ପକ୍ଷକୁ ନେଇ ମୋଦୀ ପରିସ୍କାର କହିଛନ୍ତି । ଋଷ ସହ ଶକ୍ତି କ୍ଷେତ୍ରରେ ଭାରତ ସମ୍ପର୍କକୁ ନେଇ ବ୍ରିଟେନର କୌଣସି ଚାପ ନାହିଁ । ପ୍ରଧାନମନ୍ତ୍ରୀ ଜନସନ୍ ୟୁକେର ପକ୍ଷକୁ ନେଇ ବିସ୍ତୃତ ଭାବେ କହିଛନ୍ତି, କିନ୍ତୁ ଏଥିରେ କୌଣସି ଚାପ ନାହିଁ ।

ପିଏମ ମୋଦୀ କହିଛନ୍ତି, ଋଷ-ୟୁକ୍ରେନ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଛନ୍ତି । ଭାରତରେ ଦିଆଯାଇଥିବା ଆତିଥ୍ୟକୁ ପ୍ରଶଂସା କରିଛନ୍ତି ବୋରିସ ଜନସନ । ଜନସନ୍ ନିଜକୁ ସଚିନ୍ ତେନ୍ଦୁଲକର ଓ ଅମିତାଭ ବଚ୍ଚନଙ୍କ ଭଳି ଅନୁଭବ କରୁଥିବା ହିଛନ୍ତି । ସେ ମୋଦିଙ୍କୁ ନିଜର ଖାସ୍ ବନ୍ଧୁ ବୋଲି ବିବେଚିତ କରିଛନ୍ତି । ସେ ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଜନସନ୍ କହିଛନ୍ତି, ବର୍ତ୍ତମାନର ଘଡ଼ିସନ୍ଧି ସମୟରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ୍ ହୋଇଛି । ଦୁଇ ଦେଶ ମଧ୍ୟରେ ସୁରକ୍ଷା ବୁଝାମଣା ବଢ଼ାଇବା ପାଇଁ ଆଲୋଚନା ହୋଇଛି ।

ଏହା ବ୍ୟତୀତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବୁଝାମଣା ମଧ୍ୟ ହୋଇଛି । ସେହିପରି ମୋଦୀ ୟୁକେନର ଯୁଦ୍ଧକୁ ତୁରନ୍ତ ରୋକିବା ଏବଂ ଏହି ସମସ୍ୟାର ସମାଧାନ ଉପରେ ଜୋର୍ ଦେଇଛନ୍ତି । ଏହି ବୈଠକରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ବ୍ୟବସାୟିକ ଆଲୋଚନା ମଧ୍ୟ ହୋଇଛି । ମୋଦୀ କହିଛନ୍ତି ଯେ, ଫ୍ରୀ ଟ୍ରେଡ୍ ଏଗ୍ରିମେଂଟ ବା ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଦୁଇ ଦେଶ ଜୋରସୋରରେ କାମ କରୁଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦୀ ।