Truecallerର ବଡ ଘୋଷଣା । ୟୁଜର୍ସଙ୍କୁ ଲାଗିବ ବଡ ଝଟକା, ବନ୍ଦ ହେବ ଲୋକଙ୍କ ପସନ୍ଦର ଫିଚର ।

432

କନକ ବ୍ୟୁରୋ : କଲ ରେକର୍ଡିଂ ଉପରେ ଗୁଗୁଲ କଟକଣା ଲଗାଇବାକୁ ଘୋଷଣା କରିଛି । ଆସନ୍ତା ୧୧ ମେ’ ଠାରୁ ଗୁଗୁଲର ନୂଆ ପଲିସି ଲାଗୁ ହେବ । ଆଉ ଏହାଦ୍ୱାରା ଏଣ୍ଟ୍ରୟଡ ସ୍ମାର୍ଟଫୋନରେ ଏଣିକି ତୃତୀୟ ପକ୍ଷ ଆପ ଦ୍ୱାରା କଲ ରେକର୍ଡିଂ ସୁବିଧା ମିଳିବ ନାହିଁ । ଗୁଗୁଲର ଏହି ନୂଆ ପଲିସି ଆସିବା ପରେ ଟ୍ରୁ କଲର ମଧ୍ୟ ସ୍ପଷ୍ଟ କରିଛି ଯେ, ଏଣିକି ଏହି ଆପ୍ ଦ୍ୱାରା କଲ୍ ରେକର୍ଡିଂ କରାଯାଇପାରିବ ନାହିଁ ।

ଭାରତରେ ଏବେ ଟ୍ରୁକଲର ଜରିଆରେ କଲ୍ ରେକର୍ଡ କରାଯାଇପାରୁଛି । କିନ୍ତୁ ଗୁଗୁଲର ନୂଆ ପୋଲିସ ଆସିବା ଦ୍ୱାରା ଏଥିରେ ବ୍ରେକ ଲାଗିବ । କେବଳ ଭାରତରେ ନୁହେଁ ବିଶ୍ୱର ସବୁ ସ୍ଥାନରେ ଟ୍ରୁକଲର ଆପ୍ ଜରିଆରେ କଲ ରେକର୍ଡିଂର ବିକଳ୍ପ ବନ୍ଦ ହୋଇଯିବ । ଯେଉଁ ଆପରେ ମୂଳରୁ ହିଁ କଲ ରେକର୍ଡିଂର ସୁବିଧା ରହିଛି ତାହା ଜାରି ରହିବ । କିନ୍ତୁ ଯେଉଁ ସ୍ମାର୍ଟଫୋନରେ କଲ ରେକର୍ଡିଂ ପାଇଁ ଭିନ୍ନ ଆପ୍ ଡାଉନଲୋଡ କରିବାକୁ ଆବଶ୍ୟକ ପଡୁଥିଲା ତାହା ଆଉ ସମ୍ଭବପର ହୋଇପାରିବ ନାହିଁ ।

କଲ ରେକର୍ଡିଂକୁ ନେଇ କିଛି ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି । ଅନେକ ଦେଶରେ କଲ ରେକର୍ଡିଂକୁ ଅବୈଧ କରାଯାଇଛି । କାରଣ କଲ ରେକର୍ଡିଂକୁ ନେଇ ଜଣେ ବ୍ୟକ୍ତିର ପ୍ରାଇଭେସି ଉପରେ ପ୍ରଶ୍ନ ଉଠୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସିଛି ।