ସରଗରମ ରାଜସ୍ଥାନ ରାଜନୀତି । ଆଜି ଇସ୍ତଫା ଦେଇପାରନ୍ତି ଅଶୋକ ଗେହଲଟ, ଜାଣନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ ?

173

କନକ ବ୍ୟୁରୋ : ଅଶୋକ ଗେହଲଟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ହେବା କଥା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ହେଲେ ତାଙ୍କ ପରେ କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏନେଇ ଆଜି ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକ ସନ୍ଧ୍ୟା ୬ ଟାରେ ବସିବ । ଏନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କିଛି ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ରାଜସ୍ଥାନ ପଠାଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ସଚିନ ପାଇଲଟଙ୍କୁ ଅଶୋକ ଗେହଲଟ ବିରୋଧ କରୁଥିବା କଥା ଜଣାପଡିଛି ।

ସେପଟେ ଆଜିର ବୈଠକରେ ରାଜସ୍ଥାନ କଂଗ୍ରେସର ସମସ୍ତ ବିଧାୟକଙ୍କ ସହ ବୈଠକ କରିବେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଅଜୟ ମାକେନ । ସେପଟେ ସଚିନ ପାଇଲଟଙ୍କ ପ୍ରତି ଗାନ୍ଧୀ ପରିବାରର ସମର୍ଥନ ଥିବା କଥା ଜଣାପଡିଛି । ସେପଟେ ଅଶୋକ ଗେହଲଟ ଚାହୁଁଛନ୍ତି କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ସରିବା ପରେ ହେଉ । ହେଲେ ଆଜିର ବୈଠକ ପରେ ତୁରନ୍ତ ପର୍ଯ୍ୟବେକ୍ଷକମାନେ ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ କରିବେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ସବୁଠାରୁ ଆଗରେ ରହିଛନ୍ତି ସଚିନ ପାଇଲଟ । ଏହି କ୍ରମରେ ଲଗାତର ୩ ଦିନ ହେବ ପାଇଲଟ ଦଳୀୟ ବିଧାୟକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଏହାସହ ଗେହଲଟଙ୍କ ସମର୍ଥନରେ ଥିବା ବିଧାୟକମାନେ ଗେହଲଟ ଉଭୟ ଦୁଇଟି ପଦରେ ରୁହନ୍ତୁ ବୋଲି ଦାବି କରୁଛନ୍ତି । ଏହାରି ମଧ୍ୟରେ କୁହାଯାଉଛି କି ଆଜିର ବୈଠକ ପରେ ଗେହଲଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ।