ଆସିଲା ଭୁବନେଶ୍ୱରର କ୍ଲବ ସଭାପତି ନିର୍ବାଚନ ଫଳାଫଳ। ଲଗାତାର ଦ୍ୱିତୀୟ ଥର ସଭାପତି ନିର୍ବାଚିତ ହେଲେ ଅସିତ ତ୍ରିପାଠୀ।

113

କନକ ନ୍ୟୁଜ: ଅସିତ୍ ତ୍ରିପାଠୀ ହେଲେ ରାଜ୍ୟର ସବୁଠାରୁ କ୍ଷମତାଶାଳୀ କ୍ଲବ ସଭାପତି । ଲଗାତର ଦ୍ୱିତୀୟଥର ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଅସିତ୍ ୮୧ ଦଶମିକ ୫ ପ୍ରତିଶତ ଭୋଟ୍ ପାଇଛନ୍ତି । ତାଙ୍କ ସହ ତାଙ୍କ ପ୍ୟାନେଲ ମଧ୍ୟ ନିର୍ବାଚନରେ ବାଜିମାତ୍ କରିଛନ୍ତି ।

ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ କ୍ଲବର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଅଶୋକ ମିଶ୍ର ଯୁଗ୍ମସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । କ୍ଲବରେ ଥିବା ୧୯୩୬ ଭୋଟରଙ୍କ ମଧ୍ୟରୁ ୧୦୫୩ ଜଣ ମତଦାନ ସାବ୍ୟସ୍ତ କରିଥିଲେ । ସେଥିରୁ ଅସିତ୍ ତ୍ରିପାଠୀ ୮୦୦ରୁ ଅଧିକ ମତଦାନ ପାଇଥିବା ସୂଚନା ମିଳିଛି ।