ପୁଣିଥରେ ମୈଦାନକୁ ଫେରିବେ ସୁରେଶ ରୈନା । ବ୍ରାଏନ ଲାରା କହିଲେ, ପ୍ଲିଜ ଆମ ବିପକ୍ଷରେ ଟିକିଏ ଆରାମରେ ଖେଳିବ ।

555

କନକ ବ୍ୟୁରୋ : କିଛି ଦିନ ପୂର୍ବେ ସବୁ ଫର୍ମାଟ କ୍ରିକେଟରୁ ଅବସର ନେଇଥିବା ସୁରେଶ ରୈନା ଏବେ ପୁଣିଥରେ କ୍ରିକେଟ ମୈଦାନକୁ ଫେରିବେ । ଆଗାମୀ ୱାର୍ଲ୍ଡ ରୋଡ ସେଫ୍ଟି ସିରିଜରେ ଇଣ୍ଡିଆ ଲିଜେଣ୍ଡସ ପକ୍ଷରୁ ସୁରେଶ ରୈନା ଖେଳୁଥିବାର ନଜର ଆସିବେ । ଆଉ ଏଥିପାଇଁ ପଡିଆରେ ଝାଳ ବୁହାଉଛନ୍ତି ରୈନା । ଇଣ୍ଡିଆ ଲିଜେଣ୍ଡସର ଜର୍ସିରେ ଅଭ୍ୟାସ କରୁଥିବାର ଭିଡ଼ିଓ ସୁରେଶ ରୈନା ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଆଉ ଏହାସହ ରୈନା ଲେଖିଛନ୍ତି ରୋଡ ସେଫ୍ଟି ସିରିଜ ପାଇଁ ପୂରାପୁରି ପ୍ରସ୍ତୁତ ।

ତେବେ ରୈନାଙ୍କ ଏହି ପୋଷ୍ଟର ମଜାଳିଆ ଉତ୍ତର ରଖିଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ବ୍ରାଏନ ଲାରା । କମେଣ୍ଟରେ ଲାରା ଲେଖିଛନ୍ତି ଆମ ବିପକ୍ଷରେ ଟିକେ ଆରାମରେ ଖେଳିବ, ପ୍ଲିଜ । ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଇଣ୍ଡିଆ ଲିଜେଣ୍ଡସ ଟିମ ପକ୍ଷରୁ ସଚିନ ତେନ୍ଦୁଲକର, ଯୁବରାଜ ସିଂ, ଇରଫାନ ପଠାନ, ୟୁସୁଫ ପଠାନ, ହରଭଜନ ସିଂଙ୍କ ଭଳି ଖେଳାଳୀ ଖେଳିବେ ।

 

View this post on Instagram

 

A post shared by Suresh Raina (@sureshraina3)

ଏହି ଟୁର୍ଣ୍ଣାମେଣ୍ଟ  କାନପୁର, ଇନ୍ଦୋର, ଡେରାଡୁନ୍ ଓ ରାୟପୁରରେ ଖେଳାଯିବ । ଏହା ସେପ୍ଟେମ୍ବରରେ ଆରମ୍ଭ ହେବ ଓ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ୧୦ ସେପ୍ଟେମ୍ବରରେ କାନପୁରରେ ପ୍ରଥମ ମୁକାବିଲାରେ ଇଣ୍ଡିଆ ଲିଜେଣ୍ଡସ ସହ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ ଇଂଲଣ୍ଡର ଖେଳାଳୀ ଭାଗ ନେବେ । ଅନ୍ୟପଟେ ସୁରେଶ ରୈନା ସାମିଲ ହେବା ପରେ ଭାରତୀୟ ଟିମ୍ ଆହୁରି ଶକ୍ତିଶାଳୀ ହୋଇଯିବ ।