ଓସ୍କାର ପାଇଁ ପଠାଯାଇଛି ଫିଲ୍ମ । ହେଲେ ରିଲିଜ୍ ପୂର୍ବରୁ ଚାଲିଗଲା ଶିଶୁ କଳାକାରଙ୍କ ଜୀବନ ।

191

କନକ ବ୍ୟୁରୋ: ଆଉ ମାତ୍ର କିଛି ଦିନ ପରେ ରିଲିଜ୍ ହୋଇଥାନ୍ତା ଫିଲ୍ମ । ହେଲେ ଏହା ପୂର୍ବରୁ ଚାଲିଗଲା ଏଥିରେ ଅଭିନୟ କରିଥିଲା ଶିଶୁ କଳାକାରଙ୍କ ଜୀବନ । ଗୁଜୁରାଟି ଫିଲ୍ମ ‘ଛେଲୋ ଶୋ’ (ଦ ଲାଷ୍ଟ ଫିଲ୍ମ ଶୋ’)ର ଶିଶୁ କଳାକାର ରାହୁଲ କୋଲିଙ୍କର ନିଧନ ହୋଇଛି । ୧୫ ବର୍ଷୀୟ ରାହୁଲଙ୍କ ମୃତ୍ୟୁ କ୍ୟାନ୍ସର ଯୋଗୁଁ ହୋଇଥିବା କୁହାଯାଉଛି ।

ଚଳିତ ବର୍ଷ ଏହି ଫିଲ୍ମ ଓସ୍କାରରେ ଏଣ୍ଟ୍ରି କରିଛି । ଫିଲ୍ମରେ ଏତେ କମ୍ ବୟସରେ ଦମଦାର ଅଭିନୟ କରି ନିଆରା ପରିଚୟ ସୃଷ୍ଟି କରିଛନ୍ତି ରାହୁଲ । ରାହୁଲଙ୍କ ମୃତ୍ୟୁରେ ତାଙ୍କ ପରିବାର ଲୋକେ ଗଭୀର ଶୋକରେ ଅଛନ୍ତି । ଫିଲ୍ମ ‘ଛେଲୋ ଶୋ’ ଏକ ଅଟୋବାୟୋଗ୍ରାଫିକାଲ ଡ୍ରାମା ଫିଲ୍ମ । ଏଥିରେ ଜଣେ ୯ ବର୍ଷର ବାଳକର ଆତ୍ମଜୀବନୀକୁ ଦେଖାଇବକୁ ଚେଷ୍ଟା କରାଯାଇଛି । ଏହି ଫିଲ୍ମ ଫିଲ୍ମ ଏକାଡେମୀ ଆୱାର୍ଡସର ବେଷ୍ଟ ଫରେନ୍ ଫିଲ୍ମ କାଟାଗରୀରେ ସାମିଲ ହୋଇଛି ।