କାଲି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ । ଦେଶସାରା ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ ।

100

କନକ ବ୍ୟୁରୋ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତାକାଲି ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ନିକଟରେ ହାଜର ହେବେ । ତେବେ ଯେତେବେଳେ ଇଡି କଂଗ୍ରେସର ଏହି ପ୍ରମୁଖ ନେତାଙ୍କୁ ଜେରା କରୁଥିବ, ସେତେବେଳେ କଂଗ୍ରେସ ପୂରା ଦେଶରେ ବିରୋଧ ପ୍ରଦର୍ଶନ କରୁଥିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଆସନ୍ତାକାଲି କଂଗ୍ରେସ ଏକ ବଡ ବିରୋଧ ପ୍ରଦର୍ଶନର ଆୟୋଜନ କରୁଥିବା ଜଣାପଡିଛି ।

ତେବେ ଅନ୍ୟପଟେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଇଡି ଏକ ନୂଆ ସମନ ଜାରି କରିଛି । ଜୁନ୍ ୨୩ ତାରିଖରେ ପଚରାଉଚରା ପାଇଁ ତାଙ୍କୁ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି । ସେପଟେ କଂଗ୍ରେସ ନିଜର ସାଂସଦ ଓ ସଦସ୍ୟଙ୍କୁ ସୋମବାର ଦିଲ୍ଲୀରେ ହିଁ ରହିବାକୁ ନିର୍ଦ୍ଦେଶ ଦେଇଛି ।

କଂଗ୍ରେସ ନେତା ମାନିକମ୍ ଟାଗୋରଙ୍କ କହିବା ଅନୁସାରେ, ଆସନ୍ତାକାଲି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଇଡିର ପଚରାଉଚରାକୁ ବିରୋଧ କରି ସାରା ଦେଶରେ ଏହି ଯାଞ୍ଚ ଏଜେନ୍ସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେବ । ୨୫ଟି କାର୍ଯ୍ୟାଳୟ ବାହାରେ ରାଜନୈତିକ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ ।ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପଠେଇ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଯାହାକୁ କଂଗ୍ରେସ ବିରୋଧ କରିବା ସହିତ ଏନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ।