ନବୀନଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି। ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ। 

221

କନକ ବ୍ୟୁରୋ: ନବୀନଙ୍କୁ ସାକ୍ଷାତ କଲେ ସୌରଭ ଗାଙ୍ଗୁଲି । ବିସିସିଆଇ ସଭାପତି ସୌରଭ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ବେଳେ ଗାଙ୍ଗୁଲି ନବୀନଙ୍କୁ ଭେଟିଛନ୍ତି । ଉଭୟ ମଧ୍ୟ ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବ । ତେବେ ଏହା ପୂର୍ବରୁ ଉଭୟ ପରସ୍ପରକୁ ସାକ୍ଷାତ କରିଛନ୍ତି ।

ସୌରଭଙ୍କ ସହ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି, ପୂର୍ବତନ ଖେଳାଳୀ ଦେବାଶିଷ ମହାନ୍ତି ଉପସ୍ଥିତ ରହିଥିଲେ । ନବୀନ ସୌରଭଙ୍କୁ ଭାରତୀୟ ହକି ଦଳର ଜର୍ସି ଉପହାର ପ୍ରଦାନ କରିଛନ୍ତି ।