ସାଧାରଣ ଲୋକଙ୍କ ସହ ରୁଟି ଖାଇଲେ ରାହୁଲ ! ପଂଜାବ ସିଂହାସନ ପାଇଁ କଂଗ୍ରେସ ଉପାଧ୍ୟକ୍ଷଙ୍କ ଜୋରଦାର ପ୍ରୟାସ

28

କନକ ବ୍ୟୁରୋ : ଜନସାଧାରଣଙ୍କ ସହ ବସି ରୁଟି ଖାଇଲେ ରାହୁଲ । ସାଧାରଣ ଲୋକଙ୍କ ସହ ତଳେ ବସି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏକାଠି ଖାଉଥିବାର ଦେଖିବାକୁ ମିଳିଛି । ପଂଜାବର ସଙ୍ଗରୁର ଜିଲ୍ଲାର ବଲିୟାଁ ଗାଁରେ ନିର୍ବାଚନୀ ପ୍ରଚାର ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗାଁଲୋକଙ୍କ ଦ୍ୱାରା ଆୟୋଜିତ ସାଂଝା ଚୁହ୍ଲା କାର୍ଯ୍ୟକ୍ରମରେ ଯୋଗଦେଇ ଏଠାରେ ଗ୍ରାମବାସୀଙ୍କ ସହ ମିଶି ଖାଦ୍ୟ ଗ୍ରହଣ କରିଥିଲେ ରାହୁଲ ।

ଏହି କାର୍ଯ୍ୟକ୍ରମରେ ରାହୁଲଙ୍କ ସହ ବରିଷ୍ଠ ନାଗରିକ, ଯୁବକ, ଯୁବତୀ ଓ ମହିଳାମାନେ ଏକାଠି ବିସି ଖାଇଥିଲେ । ଏହି ସମୟରେ ସେ ଗ୍ରାମାବାସୀଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ପଂଜାବରେ ନିର୍ବାଚନୀ ପ୍ରଚାର ଆଜି ଶେଷ ଦିନ ହୋଇଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାହୁଲ ଏପରି କରିଥିବା ଚର୍ଚ୍ଚା ଜୋର ଧରିଛି  ।