ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ନେଇ ନୂଆ ଯୋଜନା ! କମିବ କ୍ୱାଣ୍ଟିଟି, ବଢିବ କ୍ୱାଲିଟି ।

37

ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ନେଇ ସବୁବେଳେ ଯାତ୍ରୀମାନେ ଅଭିଯୋଗ କରିଥାନ୍ତି । ଖାଦ୍ୟର ଗୁଣାବତ୍ତା ନେଇ ମଧ୍ୟ ଅନେକ ସମୟରେ ପ୍ରଶ୍ନ ସୃଷ୍ଟି ହୋଇଥାଏ । ତେବେ ସରକାରୀ ଅଡିଟରଙ୍କ ପକ୍ଷରୁ ଏନେଇ ତାଗିଦ କରାଯିବା ପରେ ଏବଂ ଭାରତୀୟ ରେଳବାଇ ଖାଦ୍ୟର କ୍ୱାଣ୍ଟିଟି ଅପେକ୍ଷା କ୍ୱାଲିଟି ଉପରେ ଗୁରୁତ୍ୱ ଦେବାକୁ ଯାଉଛି । ତେବେ ଏହାର ଅର୍ଥ ହେଉଛି ଟ୍ରେନରେ ପୂର୍ବରୁ ଦିଆଯାଉଥିବା ଖାଦ୍ୟ ତୁଳନାରେ ଏବେ କମ ଖାଦ୍ୟ ମିଳିବ ।
ଏହାର ଆରମ୍ଭ ପ୍ରିମିୟମ ଟ୍ରେନ ଯେପରି ରାଜଧାନୀ ଏବଂ ଶତାବ୍ଦୀ ଠାରୁ ଆରମ୍ଭ କରାଯିବ । ଏବଂ ପରେ ପରେ ଏହାକୁ ସମସ୍ତ ଟ୍ରେନ ଗୁଡିକରେ ଲାଗୁ କରାଯାଇପାରେ । ତବେ କୁହାଯାୁଛି ଯେ, ରେଲୱେ ଏବେ ୧୫୦ ଗ୍ରାମର ଖାଦ୍ୟ କମ କରିଦେଇପାରେ । ସୂଚନା ଅନୁଯାୟୀ, ଭାରତୀୟ ରେଳବାଇ ଖାଦ୍ୟର କ୍ୱାଲିଟିକୁ ଅଧିକ ପ୍ରାଥମିକତା ଦେବା ପାଇଁ ଭୋଜନର ମାତ୍ରା କରିବା ପାଇଁ ଚିନ୍ତା କରୁଛି ।

ଆଇଆରସିଟିସି ଏହି ମାମଲାରେ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ଯେଉଁଥିରେ ସୁପ, ବ୍ରେଡଷ୍ଟିକ୍ସ, ସ୍ୟାଣ୍ଡୱିଚ ଭଳି ଖାଦ୍ୟ ପଦାର୍ଥକୁ ପ୍ଲେଟରୁ କମ କରାଯାଇପାରିବ । ରିପୋର୍ଟରେ କୁହାଯାଇଛି ଯେ, ଟ୍ରେନରେ ଦିଆଯାଉଥିବା ଭୋଜନ ସମ୍ବନ୍ଧରେ କ୍ୟାଟରିଙ୍ଗ ଏକ୍ସପର୍ଟ ଆଇଆରସିଟିସିକୁ କହିଛି ଯେ, ଥାଳିରେ ଅଏଧିକ ଖାଦ୍ୟ ପରଷା ଯାଇଥାଏ । ଏଥିରେ ପାଖାପାଖି ୯୦୦ ଗ୍ରାମ ପର୍ଯ୍ୟନ୍ତ ଖାଦ୍ୟ ରହିଥାଏ । କିନ୍ତୁ ଭାରତୀୟ ଆହାର ମାନକଙ୍କ ଅନୁଯାୟୀ, ୭୫୦ ଗ୍ରାମ ପର୍ଯ୍ୟନ୍ତ ଥାଳି ପର୍ଯ୍ୟାପ୍ତ ଅଟେ । ଆଉ ଏଥିପାଇଁ ଭାରତୀୟ ରେଳବାଇକୁ କ୍ଷତି ସହିବାକୁ ପଡିଥାଏ । ରେଳବାଇ ଯାତ୍ରୀମାନଙ୍କୁ ୧୧୨ ଟଙ୍କାରେ ଥାଳି ଦେଇଥାଏ । କିନ୍ତୁ ଏହାର ପ୍ରକୃତ ମୂଲ୍ୟ ୧୫୦ ଟଙ୍କାରୁ ଅଧିକ ହୋଇଥାଏ । ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୋଜନର କ୍ୱାଲିଟି ବଜାୟ ରଖିବା ଅତ୍ୟନ୍ତ କଷ୍ଟକର ଅଟେ କାରଣ ରେଳବାଇ ଯାତ୍ରୀମାନଙ୍କୁ ଅତି ଶସ୍ତାରେ ଖାଦ୍ୟ ଦେଇଥାଏ ।