ପୁଲୱାମା ହମଲାରେ ପ୍ରାଣବଳି ଦେଇଥିବା ମେଜରଙ୍କୁ ଶେଷ ଶ୍ରଦ୍ଧାଂଜଳି : ସହିଦ୍ ସ୍ୱାମୀଙ୍କୁ ସଲାମ କରି ପତ୍ନୀ ଦେଲେ ଅନ୍ତିମ ବିଦାୟ
ଡେରାଡୁନରେ ମେଜରଙ୍କୁ ଶେଷଦର୍ଶନ ପାଇଁ ପ୍ରବଳ ଭିଡ
ପୁଲୱାମା ଏନକାଉଁଟରରେ ସହିଦ ହୋଇଥିବା ବିଭୂତି ଶଙ୍କର ଢୋଣ୍ଡିୟାଲଙ୍କୁ ଶେଷ ଶ୍ରଦ୍ଧାଂଜଳି ଦିଆଯାଉଛି । ଗତକାଲି ରାତିରେ ପୈତୃକ ସ୍ଥାନ ଡେରାଡୁନରେ ତାଙ୍କ ପାର୍ଥୀବ ଶରୀର ପହଁଚିବା ପରେ ଆଜି ତାଙ୍କୁ ଶେଷ ସଲାମି ଦିଆଯାଉଛି । ମେଜର ଢୋଣ୍ଡିୟାଲଙ୍କ କଫିନ ପାଖରେ ତାଙ୍କ ପତ୍ନୀ ବସି ରହି କଫିନକୁ ଚୁମ୍ବନ ଦେଇ ଆଇ ଲଭ ୟୁ କହୁଥିବା ଦୃଶ ଦେଖିବାକୁ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
#WATCH Wife of Major VS Dhoundiyal (who lost his life in an encounter in Pulwama yesterday) by his mortal remains. #Dehradun #Uttarakhand pic.twitter.com/5HWD6RXwnO
— ANI (@ANI) February 19, 2019
ଏ ଦୃଶ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଭାବବିହ୍ୱଳ କରିପକାଇଛି । ଗତବର୍ଷ ଏପ୍ରିଲ ମାସରେ ବିବାହ କରିଥିଲେ ମେଜର ଢୋଣ୍ଡିିୟାଲ । ଏପ୍ରିଲ ମାସରେ ତାଙ୍କ ବିବାହ ବାର୍ଷିକି ଥିବା ବେଳେ ସେ ଘରକୁ ଆସିବେ ବୋଲି କଥା ଦେଇଥିଲେ । କିନ୍ତୁ ସେ ଆଉ ଫେରିଲେ ନାହିଁ । ଦେଶ ମାତୃକାର ପାଇଁ ନିଜ ଜୀବନ ଦେଲେ । ତାଙ୍କ ଶେଷ ଦର୍ଶନରେ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କୁ ଅନ୍ତିମ ବିଦାୟ ଦେଉଛନ୍ତି ।
ସୋମବାର ଦିନ ପୁଲୱାମାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଂଟରରେ ମେଜର ବିଏସ ଢୋଣ୍ଡିୟାଲ, ହାବିଲଦାର ସେବା ରାମ, ହରି ସିଂ ଓ ଅଜୟ କୁମାର ସହିଦ ହୋଇଥିଲେ । ଏହି ଏନକାଉଂଟରରେ ପୁଲୱାମା ଆକ୍ରମଣର ଷଡଯନ୍ତ୍ର ରଚିଥିବା କାମରାନ ଓରଫ ଗାଜି ରସିଦକୁ ନିହତ କରାଯାଇଛି । ପ୍ରାୟ ୧୮ଘଂଟା ଧରି ଚାଲିଥିବା ଏହି ଏନକାଉଂଟରରେ ୩ଜଣ ଆତଙ୍କବାଦୀକୁ ନିହତ କରାଯାଇଛି ।