ମଧ୍ୟପ୍ରାଚ୍ୟରେ ମୋଦୀ ମୋଦୀ: ୟୁଏଇଏକୁ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତ ବେଳେ ଜୋରଦାର ସମ୍ବର୍ଦ୍ଧନା, ବୁର୍ଜଖଲିଫାରେ ଝଲସିଲା ମୋଦୀଙ୍କ ଫଟୋ

123

କନକ ବ୍ୟୁରୋ: ଫ୍ରାନ୍ସ ଗସ୍ତ ସାରି ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇରେ ପହଂଚିଥିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ମୋଦୀ ଏହି ଗସ୍ତ ବେଳେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲାଚନା କରିଛନ୍ତି । ବିଶେଷକରି ଉଭୟ ଦେଶ ମଧ୍ୟ ବ୍ୟବସାୟିକ ସମ୍ପର୍କ ବଢ଼ାଇବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି । ଏବେ ଭାରତ ଓ ୟୁଏଇ ସ୍ଥାନୀୟ ମୁଦ୍ରାରେ ନେଣଦେଶ କରିପାରିବେ । ଅର୍ଥାତ୍ ୟୁଏଇରୁ ଜିନିଷ କିଣିବା ବେଳେ ଏବେ ଟଙ୍କାରେ ଭରଣା କରିହେବ । ଗତବର୍ଷ ଠାରୁ ଉଭୟ ଦେଶ ମଧ୍ୟରେ ୨୦ ପ୍ରତିଶତ ବ୍ୟବସାୟ ବଢ଼ିଛି । ଗଲ୍ଫର ଦେଶମାନଙ୍କ ମଧ୍ୟରେ ୟୁଏଇ ସହ ଭାରତର ସମ୍ପର୍କ ଏବେ ସବୁଠୁ ଅଧିକ ଘନିଷ୍ଠ । ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାମ କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ୟୁଏଇ ଓ ଭାରତ ମଧ୍ୟରେ ଚୁକ୍ତି ହୋଇଛି । ଆଇଆଇଟି ଦିଲ୍ଲୀର ଏକ କ୍ୟାମ୍ପସ ଆବୁଧାବିରେ ଖୋଲିବାକୁ ଏଥିରେ ନିଷ୍ପତି ହୋଇଛି । ୟୁଏଇକୁ ମୋଦୀଙ୍କର ଏହା ଦିନିକିଆ ଗସ୍ତ ଥିଲା ।

ସେପଟେ ମୋଦୀଙ୍କ ଗସ୍ତ ବେଳେ ବିଶ୍ୱର ସବୁଠୁ ଉଚ୍ଚ ଅଟାଳିକା ବୁର୍ଜ ଖଲିଫା ଆଲୋକିତ ହୋଇଉଠିଥିଲ । ଲାଇଟ୍ ମାଧ୍ୟମରେ ବୁର୍ଜ ଖଲିଫାରେ ମୋଦୀଙ୍କ ମୁହଁର ଚିତ୍ରଣ କରାଯାଇଥିଲା ।