ଆଜି ବିଶ୍ୱ ଯୋଗ ଦିବସ : ପ୍ରଧାନମନ୍ତ୍ରୀଙ୍କ ସହ ଏକାଠୀ ଯୋଗ କଲେ ପାୟ ୧୫ ହଜାର ଲୋକ

102

କନକ ବ୍ୟୁରୋ : ଆଜି ହେଉଛି ବିଶ୍ୱ ଯୋଗ ଦିବସ । କୋଭିଡ ସଂକ୍ରମଣ ଯୋଗୁ ଦୁଇ ବର୍ଷ ପରେ ଭାରତରେ ଧୁମଧାମରେ ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦା ଆଜି କର୍ଣ୍ଣାଟକର ମହୀଶୁରରେ ଗଣ ଯୋଗ ସମାବେଶରେ ଯୋଗଦେଇଛନ୍ତି । ପାୟ ୧୫ ହଜାର ଲୋକ ଏକାଠୀ ଯୋଗ କରିଛନ୍ତି । ସକାଳ ୫. ୩୦ ମିନିଟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ବିଶ୍ୱର କୋଣ ଅନୁକୋଣରେ ଆଜି ଯୋଗ ପହଞ୍ଚିଛି । ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି । ସମଗ୍ର ସମାଜ ପାଇଁ ଶାନ୍ତି ଆଣି ଦେଉଛି । ଯୋଗର ଆୟୋଜନ ଭାରତର ବିବିଧତାର ପ୍ରତୀକ । ପୂର୍ବରୁ ଘରେ ସୀମିତ ଥିଲା ଏବେ ବିଶ୍ୱରେ ପହଞ୍ଚିଛି । ନୀରୋଗ ଜୀବନ ପାଇଁ ବିଶ୍ୱାସ ଦେଉଛି ଯୋଗ । ଯୋଗକୁ ଅତିରିକ୍ତ କାମ ଭାବିବା ଅନୁଚିତ୍ । କୌଣସି ବ୍ୟକ୍ତି ନୁହେଁ ସମଗ୍ର ମାନବଜାତି ପାଇଁ ଜରୁରୀ । ଆମ ସମସ୍ତଙ୍କ ଭିତରେ ଏହା ସଚେତନତା ସୃଷ୍ଟି କରେ ।

ସେପେଟ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ କୋଣାର୍କରେ ଏକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ କ୍ଷେତ୍ରରେ ଭାରତର ଅବଦାନକୁ ମନେ ପକାଇଛନ୍ତି । ଆମେରିକା, ଜାପାନ ଭଳି ଶତାଧିକ ଦେଶରେ ଆଜି ଯୋଗ ଦିବସ ପାଳନ କରାଯାଉଛି । ପୁରୀରେ ମଧ୍ୟ ଗ ଯୋଗ ସମାବେଶ ଆରମ୍ଭ ହୋଇଯାଇଛି । ସେହିପରି କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଟୁ ମୟୁରଭଞ୍ଜ ଜିଲ୍ଲାରେ ଏକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେବାର ଅଛି ।