କେ-ପପ୍ ଷ୍ଟାର୍ ଶ୍ରୀୟା ଲେଙ୍କାଙ୍କୁ ସମ୍ବର୍ଦ୍ଧନା । ସମ୍ବର୍ଦ୍ଧିତ କଲା ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ା ।

111

କନକ ବ୍ୟୁରୋ : ବିଶ୍ୱ ସଙ୍ଗୀତ ଦିବସରେ ଭାରତର ପ୍ରଥମ କେ-ପପ୍ ଷ୍ଟାର ଓ ଝାରସୁଗୁଡ଼ାର ଗୌରବ ଶ୍ରୀୟା ଲେଙ୍କାଙ୍କୁ ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କାରଖାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମ୍ପାନୀ ପକ୍ଷରୁ ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନିଲ ଗୁପ୍ତା ଏହି ଯୁବ କେ-ପପ୍ ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଅବସରରେ ବେଦାନ୍ତ ଲିମିଟେଡ୍, ଝାରସୁଗୁଡ଼ାର ସିଇଓ ସୁନିଲ ଗୁପ୍ତା କହିଛନ୍ତି ଯେ, “ଓଡ଼ିଶା ହେଉଛି ପ୍ରଚୁର ପ୍ରତିଭାର ଭୂମି ଏବଂ ସାରା ରାଜ୍ୟରେ ସମୃଦ୍ଧ ହୋଇଥିବା ବ୍ୟାପକ ପ୍ରତିଭାବାନ କଳାକାରମାନଙ୍କ ପ୍ରତି ଶ୍ରୀୟା ହେଉଛନ୍ତି ଆଇଡଲ । ତାଙ୍କର ଉଲ୍ଲେଖନୀୟ ସଫଳତା ଝାରସୁଗୁଡ଼ାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିଛି ଯାହା ଏହି ଅଞ୍ଚଳର ଯୁବପିଢ଼ିଙ୍କୁ ନିଜ ସ୍ୱପ୍ନର ସନ୍ଧାନ ଦିଗରେ ଆଗକୁ ବଢ଼ିବା ଲାଗି ଆହୁରି ଉତ୍ସାହିତ କରିବ । ବେଦାନ୍ତରେ ଏଭଳି ପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ଲାଗି ଉତ୍ସାହିତ କରିବାକୁ ଆମେ ସର୍ବଦା ଉଦ୍ୟମ କରିଥାଉ ଏବଂ ରାଜ୍ୟ ପ୍ରଗତିର ସହଯୋଗୀ ଭାବେ ଆମେ ଏହା ନିଶ୍ଚିତ କରିବାକୁ ଚାହୁଛୁ ଯେ ଏହି ଅଞ୍ଚଳରୁ ଏଭଳି ଅହୁରି ଅଧିକ ସଫଳ କାହାଣୀର ଜନ୍ମ ହେବ ।

ଓଡ଼ିଶାର ଝାରସୁଗୁଡ଼ାର ଶ୍ରୀୟା ଲେଙ୍କା ଭାରତର ସର୍ବ ପ୍ରଥମ କେ-ପପ୍ ଷ୍ଟାର ହେବା ପରେ ଚର୍ଚ୍ଚାକୁ ଆସିଥିଲେ । ବାଳିକା କେ-ପପ୍ ବ୍ୟାଣ୍ଡ୍ ବ୍ଲାକସ୍ୱାନର ପଞ୍ଚମ ସଦସ୍ୟା ଭାବେ ଚୟନ ହୋଇଥିବା ୧୮ ବର୍ଷୀୟା ବାଳିକା ଶ୍ରୀୟାଙ୍କୁ, ବିଶ୍ୱସ୍ତରରେ ଲୋକପ୍ରିୟତା ହାସଲ କରିଥିବା ବାଳିକା ଗ୍ରୁପ ବ୍ଲାକସ୍ୱାନ, ଯେଉଁଥିରେ ଦକ୍ଷିଣ ଆଫ୍ରିକା ବ୍ୟତୀତ ବ୍ରାଜିଲ ଓ ବେଲଜିଅମ୍ର କେ-ପପ୍ ସଦସ୍ୟା ରହିଛନ୍ତି ସେଥିରେ ନୂଆ ସଦସ୍ୟା ଯୋଡ଼ିବା ଲାଗି ଦକ୍ଷିଣ କୋରିଆ ମ୍ୟୁଜିକ୍ ଲାବେଲ୍ ଡିଆର୍ ମ୍ୟୁଜିକ୍ ଏଣ୍ଟରଟେରମେଣ୍ଟ ପକ୍ଷରୁ ଆୟୋଜନ କରାଯାଇଥିବା ବିଶ୍ୱସ୍ତରୀୟ ଅଡିସନ୍ ଜରିଆରେ ଚୟନ କରାଯାଇଥିଲା ।