କମିବ ତାତି, ମିଳିବ ଆଶ୍ୱସ୍ତି । ଆଗାମୀ ଦୁଇଦିନ ପରେ ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

535

କନକ ବ୍ୟୁରୋ : ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ୨୪ ଘଂଟା ମଧ୍ୟରେ ଉପକୂଳ ସମେତ କିଛି ପାଶ୍ୱର୍ବର୍ତୀ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାଫଳରେ ଦିନର ତାପମାତ୍ରା ହ୍ରାସ ପାଇବ । ସେହିପରି ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।

ରାଜ୍ୟରେ ଚଳିତ ଗ୍ରୀଷ୍ମଋତୁରେ ଅସହ୍ୟ ହୋଇଛି ତାତି । କିଛି ସହରର ତାପମାତ୍ରା ବିଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ଲୋକମାନେ ଅସହ୍ୟ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଛନ୍ତି । ଦିନ ୧୨ ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଗ୍ରୀଷ୍ମତାପକୁ ନେଇ ସରକାର କିଛି କଟକଣା ଜାରି କରିଥିଲେ ବି ବିଭିନ୍ନ ସ୍ଥାନରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳୁଛି ।