କନକ ବ୍ୟୁରୋ : ଭିଆଇପି ସଂସ୍କୃତିକୁ ନେଇ ବିଜେଡିରେ ବହୁମତ । ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଳ ସାମଲ ସାମ୍ବାଦିକ ସମ୍ମିଳନୀ କରି ସବୁ ଭିଆଇପି ପ୍ରେଟୋକଲକୁ ଛାଡିବା ନେଇ ଘୋଷଣା କରିଛନ୍ତି । ଏମିତିକି ଛୁଟି ଦିନରେ ସେ ସରକାରୀ ଗାଡି ଛାଡି ବାଇକ୍ ଚଢିବାକୁ ନିଷ୍ପତି ନେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭିଆଇପି ସଂସ୍କୃତିକୁ ଉଚ୍ଛେଦ କରିବାକୁ ଯାଇ କେନ୍ଦ୍ର ସରକାର ଗାଡିରୁ ନାଲିବତୀ ହଟେଇଥିଲେ ।ଏବେ ଆଉ ପାଦେ ଆଗକୁ ଯାଇ ରାଜ୍ୟରେ ପ୍ରଥମ ମନ୍ତ୍ରୀ ଭାବେ ପ୍ରଫୁଲ୍ଲ ସାମଲ ସୁରକ୍ଷା ସହ ଆନୁସଙ୍ଗୀକ ସୁବିଧା ସୁଯୋଗ ଗ୍ରହଣ କରିବାକୁ ନା କରିଛନ୍ତି । ଅନ୍ୟ ପଟେ କିନ୍ତୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଏଭଳି ନିଷ୍ପତିକୁ ଅନୁକରଣ କରିବା ପାଇଁ ନାରାଜ ବହୁ ଅଭିଜ୍ଞ ଓ ବରିଷ୍ଠ ମନ୍ତ୍ରୀ । ଯାହା ନେତା ମନ୍ତ୍ରୀଙ୍କ ଭିଆଇପି କଲଚର ପ୍ରୀତିକୁ ପଦାରେ ପକାଇଛି ।
ଖାଲି ଭିଆଇପି କଲଚର ଛାଡିବା ନୁହେଁ ବରଂ ମନ୍ତ୍ରୀ ମାନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାମବମୂର୍ତୀ ଉପରେ ମଧ୍ୟ ମତ ରଖିଛନ୍ତି ପ୍ରଫୁଲ୍ଲ ସାମଲ । ଏମିତିକି ମାସକ ମଧ୍ୟରେ ନିଜର ସମ୍ପତ୍ତି ତାଲିକାକୁ ସରକାରଙ୍କ ଜରିଆରେ ସର୍ବସାଧାରଣ କରିବା ନେଇ ବି ମନ ସ୍ଥିର କରିଛନ୍ତି ମନ୍ତ୍ରୀ । ହେଲେ ଏହି ତାଲିକା କିନ୍ତୁ ସରକାରୀ ୱେବସାଇଟରେ ଉପଲବ୍ଧ ହେଉନାହିଁ ।
ଭିଆଇପିଗିରୀକୁ ନେଇ ରାଜ୍ୟ ମନ୍ତ୍ରୀଙ୍କ ନାନାମତ ପରେ ଶାସକ ଦଳକୁ କଡା ସମାଲୋଚନା କରିଛି ବିଜେପି । ଭିଆଇପିଙ୍କ ସୁବିଧା ସୁଯୋଗ ନେଇ ପ୍ରଫୁଲ ସାମଲ ଉଦାହରଣ ସୃଷ୍ଟି କଲେ, ଆଉ ଏବେ ନଜର ଅନ୍ୟ ମନ୍ତ୍ରୀ କେବେ ଏହି ପନ୍ଥା ଅନୁସରଣ କରିବେ ।