ସୁନ୍ଦରଗଡରେ ତେଜିଲା ପୋଷ୍ଟର ରାଜନୀତି : କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ପୋଷ୍ଟରକୁ ନେଇ ଚର୍ଚ୍ଚା

28

କନକ ବ୍ୟୁରୋ : ସୁନ୍ଦରଗଡରେ ପୋଷ୍ଟର ରାଜନୀତି । ଗତକାଲି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଯାହାକି ସୁନ୍ଦରଗଡ ରାଜନୈତିକ ମହଲକୁ ସରଗରମ କରିଛି । ଫ୍ରଫୁଲ୍ଲ ମାଝୀଙ୍କୁ ଫଟୋ ଥିବା ପୋଷ୍ଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଫଟୋ ମଧ୍ୟ ରହିଛି ।

ପୋଷ୍ଟରରେ ଖଣି ମାଫିଆ, ଇଟା ମାଫିଆ, ଓ ଠିକାଦାରଙ୍କ ପିସି ମାଫିଆ ଆଦି ଲେଖା ରହିଛି । ତେବେ ଏହି ପୋଷ୍ଟର କିଏ ଲଗାଇଛି, କଣ ପାଇଁ ଲଗାଇଛି ତାହା ଜଣାପଡିନାହିଁ । ସେପଟେ ଏ’ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପ୍ରଫୁଲ୍ଲ ମାଝୀ ।

ଏହାସହ ଦେଖନ୍ତୁ ଏହି ଭିଡିଓ :