ଯଲିଉଡ ପରେ ଓଲିଉଡ । ରୋମାଂଟିକ ମୁଡରେ ବଲିଉଡର ବ୍ୟାଡବୟ । ଅନ୍ଦାଜ ପୂରା ବିନ୍ଦାସ। ସୁଟିଂ ପାଇଁ ପୁରା ତୟାର ଶକ୍ତି କପୁର । ସିକ୍ୱେନସ ବୁଝାଉଛନ୍ତି ନିର୍ଦେଶକ। ଆଉ ଏହା ପରେ ପୁଲକୁ ଏଂଟ୍ରୀ ମାରୁଛନ୍ତି ବଲିଉଡ ଷ୍ଟାର ଶକ୍ତି କପୁର। ଏ ହେଉଛି ସୁଟିଂ ଚାଲିଥିବା ଫିଲ୍ମ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ସେଟ କଥା । ସୁନ୍ଦରୀ ମଡେଲଙ୍କ ଭିତରେ ନଟି ବୟ କରୁଛନ୍ତି ରୋମାନ୍ସ । ଅପକମିଂ ଓଲିଉଡ ମୁଭି ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ର ଚାଲିଛି ସୁଟିଂ।
Kanak News is now on WhatsApp
Join and get latest news updates delivered to you via WhatsApp
ବଲିଉଡର ଦମଦାର ଖଳନାୟକ ଶକ୍ତି କପୁର ନଜର ଆସିବେ ଓଲିଉଡରେ । ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କ ମନ ଜିଣୁଥିବା ଶକ୍ତି କାପୁରଙ୍କ ନେଇ ଓଲିଉଡରେ ତିଆରି ଚାଲିଛି ମୁଭି । ପୂଜା ବଜାରକୁ ଟାର୍ଗେଟରେ ରଖି ଚାଲିଛି ଏହି ଫିଲ୍ମର ସୁଟିଂ। ଶକ୍ତି କପୁରଙ୍କୁ କରାଯାଇଛି ମୁଖ୍ୟ ଆକର୍ଷଣ ।
୧୫ ବର୍ଷ ପରେ ଓଡିଆ ଫିଲ୍ମରେ ନିଜ ଜଲୱା ଦେଖାଇବେ ବଲିଉଡର ଏହି ନଟି ବୟ। ପୂର୍ବରୁ ବଲିଉଡ ସ୍କ୍ରୀନରେ ଧମାକା କରିଥିବା ଏହି ଖଳନାୟକ ଏବେ ଜୋରଦାର ପ୍ରସ୍ତୁତ ଓଡିଆ ଦର୍ଶକଙ୍କ ମନ ଜିଣିବାକୁ । ପୂରା କ୍ରିଉ ମେମ୍ବର ଚଲାଇଛନ୍ତି ପ୍ରସ୍ତୁତି ।
ମଂଜରୀ ମୁଭିଜର ସପ୍ତମ ଅବଦାନ ହେବ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ । ଶକ୍ତି କପୁରଙ୍କୁ ନେଇ ପୁରା ପ୍ରଡକ୍ସନ ହାଉସ ବେଶ ଆଶାବାଦୀ ରହିଛି। ଫିଲ୍ମରେ ଜବରଦସ୍ତ ମସଲା ଭରି ଦର୍ଶକଙ୍କୁ ମନୋରଂଜନର ଭରପୂର ଖୋରାକ ଯୋଗାଇବାକୁ ହୋଇଛି ପ୍ଲାନ। ଖାଲି ଏତିକି ନୁହେଁ, ଓଲିଉଡର ଦୁଇ ଚର୍ଚ୍ଚିତ ନାୟିକା ବର୍ଷା ଓ ଅର୍ଚିତାଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ। ମେଲ ଲିଡ ରୋଲରେ ନଜର ଆସିବେ ସବ୍ୟସାଚୀ।
ଏହା ସହ ଦେଖନ୍ତୁ ଏହି ଭିଡିଓ –