୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ଦୃଢୋକ୍ତି : କହିଲେ, ୫ ରାଜ୍ୟରେ ସତା ସପକ୍ଷରେ ଲହର

ରାହୁଲ ଓ ଅଖିଳେଶଙ୍କୁ ଟାର୍ଗେଟ, କହିଲେ, ପରିବାରବାଦ ଗଣତନ୍ତ୍ର ପାଇଁ ବିପଦ

81

କନକ ବ୍ୟୁରୋ : ୫ ରାଜ୍ୟର ବିଧାନସଭା ପୂର୍ବରୁ ପ୍ରଧାନମନ୍ତ୍ରଙ୍କ ଦୃଢୋକ୍ତି । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ବିଜେପି ଜିତିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି ଯେ, ବିଜେପି ସପକ୍ଷରେ ଲୋକ ଅଛନ୍ତି । ତେଣୁ ଯେଉଁ ରାଜ୍ୟରେ ବିଜେପି ଶାସନରେ ଅଛି, ସେଠାରେ ସରକାର ବିରୋଧୀ ନୁହେଁ, ବରଂ ସରକାର ସପକ୍ଷରେ ଲହର ଚାଲିଛି ।

ବିଜେପି ପୂର୍ବରୁ ବହୁତ ପରାଜୟ ଦେଖିଛି । ସେପଟେ ନିଜ ଭାଷଣରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ପାର୍ଲାମେଂଟକୁ ଆସୁନଥିବା ଜଣେ ବ୍ୟକ୍ତିଙ୍କୁ ସେ କିଭଳି ଉତର ଦେବେ । ସୀମାରେ ଭାରତ ଓ ଚୀନ୍ ଉତେଜନା, ବେକାରୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି ରାହୁଲ । ଅଖିଳେଶ ଯାଦବଙ୍କୁ ସେ ସମାଲୋଚନା କରିଛନ୍ତି । ପରିବାରବାଦ ଗଣତନ୍ତ୍ର ପାଇଁ ବିପଦ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।