ଇମ୍ରାନଙ୍କୁ କଡା ଜବାବ ଦେବେ ମୋଦି । କାଶ୍ମୀର ନେଇ ଦେଶବାସୀଙ୍କୁ ଆଜି ସଂବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ

ଆଜି ଦେଶକୁ ସଂବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

849

କନକ ବ୍ୟୁରୋ: ଆଜି ଦେଶକୁ ସଂବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ଜାମ୍ମୁକାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବା ଏବଂ ଏହାକୁ ଭାଂଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରିବା ନେଇ ଦେଶବାସୀଙ୍କୁ ଜଣାଇବେ ବୋଲି ସୂଚନା ମିଳିଛି । ମୋଦିଙ୍କ ଏହି ନିଷ୍ପତିକୁ ସାରା ଦେଶ ପ୍ରସଂସା କରିଛି । ତେବେ ଏହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସଂବୋଧନ କରିପାରନ୍ତି ବୋଲି ସୂଚନାରୁ ଜଣା ପଡିଛି ।
ଶେଷ ଥର ପାଇଁ ଗତ ମାର୍ଚ୍ଚ ୨୭ ତାରିଖରେ ଦେଶବାସୀଙ୍କୁ ସଂବୋଧନ କରିଥିଲେ ମୋଦି । ସେତେବେଳେ ଭାରତ ସଫଳତାର ସହ ଆଂଟି ସାଟେଲାଇଟ୍ ମିଜାଇଲ୍ ପରୀକ୍ଷଣ କରିଥିଲା । ଯେଉଁଥିରେ ପରୀକ୍ଷଣ ବେଳେ ଏକ ସାଟେଲାଇଟକୁ ଆକାଶରେ ମାରିଖସାଇଥିଲା ଆଂଟି ସାଟେଲାଇଟ୍ ମିଜାଇଲ୍ । ସଂସଦରେ ଗତ ମଙ୍ଗଳବାର ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ ପାରିତ ହେବା ପରେ ବୁଧବାର ଏହାକୁ ରାଷ୍ଟ୍ରପତି ମୋହର ମାରି ଆଇନରେ ପରିଣତ କରିଛନ୍ତି । ଏହା ଫଳରେ ବୁଧବାର ଠାରୁ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଛେଦ ହୋଇଛି । ଜାମ୍ମୁକାଶ୍ମୀର ଦୁଇ ଭାଗ ହୋଇ ଜାମ୍ମୁକାଶ୍ମୀର ଓ ଲଦାଖ ନାମର ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଛି । ଏଥର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସଂବୋଧନ କରିବା ଆଗରୁ , ଏହି ସଂବୋଧନ କରିବାକୁ ଯାଉଛନ୍ତି ।
ଅନ୍ୟପରେ ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ଘାଟି ଛାଡି ଘର ମୁହାଁ ହେଉଛନ୍ତି ବାହାର ରାଜ୍ୟର ଲୋକେ । ଯାହାକୁ ନେଇ ବସ୍ ଷ୍ଟଣ୍ଟ ଓ ରେଳ ଷ୍ଟେସନରେ ଭିଡ ଦେଖିବାକୁ ମିଳିଛି ।