ଭୁବନେଶ୍ୱର: ଆଇଆଇଟିରେ ଯୌନ ନିର୍ଯାତନା

26

କ ବ୍ୟୁରୋ: ଭୁବନେଶ୍ୱର ଆଇଆଇଟିର ଜଣେ ଛାତ୍ରୀଙ୍କୁ ସେହି ଅନୁଷ୍ଠାନର ପ୍ରଫେସର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ରୀ ପ୍ରଫେସରଙ୍କ ଅଧିନରେ ପିଏଚଡି କରୁଥିଲେ । ଏ ଘଟଣା ଜଣାପଡିବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ ପି.କେ.ଷଡଙ୍ଗୀ ଆଇଆଇଟି କୁଳସଚିବଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି ।

ଏ ନେଇ ପୀଡିତା ଜଣକ ନିଜ ଓକିଲଙ୍କ ଜରିଆରେ କୁଳସଚିବଙ୍କୁ ନୋଟିସ ପଠାଇଛନ୍ତି । ୨୦୧୨ରୁ ପୀଡିତା ଜଣକ ଏଭଳି ନିର୍ଯ୍ୟାତନାର ଶୀକାର ହୋଇଆସୁଥିବା ଜଣାଯାଇଛି । ଏହାସହ ପୀଡିତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ବି ସଂପୃକ୍ତ ପ୍ରଫେସର ମାନସିକ ନିର୍ଯ୍ୟାତନା ଦେଇଆସୁଛନ୍ତି । ପୀଡିତାଙ୍କ ପତି ଆଇଆଇଟିରେ ପିଏଚଡି କରୁଛନ୍ତି । ଘଟଣା ନେଇ ପଶ୍ଚିମବଙ୍ଗର ଏହି ପୀଡିତା ଛାତ୍ରୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବି ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –