ସରି ଆସିଲା ପୁରୁଣା ୫ଶହ ଟଙ୍କିଆ ନୋଟର ଜୀବନ : ଆସନ୍ତାକାଲି ଯାଏଁ ପେଟ୍ରୋଲପମ୍ପ ଓ ଏୟାର ଟିକଟ୍ ପାଇଁ ବୈଧ

28

କନକ ବ୍ୟୁରୋ : ସରିଆସୁଛି ପୁରୁଣା ୫ଶହ ଟଙ୍କିଆ ନୋଟର ଜୀବନ । ଆସନ୍ତାକାଲି ପର୍ଯ୍ୟନ୍ତ ପୁରୁଣା ୫ଶହ ଟଙ୍କିଆ ନୋଟରେ ପେଟ୍ରୋଲ ପମ୍ପ ଓ ବିମାନ ଟିକଟ ପାଇଁ କାରବାର କରିହେବ । ୩ତାରିଖଠାରୁ ପେଟ୍ରୋଲ ପମ୍ପ ଓ ବିମାନ ଟିକଟ ପାଇଁ ପୁରୁଣା ୫ଶହ ଟଙ୍କିଆ ନୋଟ୍ ବୈଧ ନୁହେଁ ।

ଏହା ପୂର୍ବରୁ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ପୁରୁଣା ନୋଟ୍ ଗ୍ରହଣ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲା । ତେବେ ସରକାରୀ ଡାକ୍ତରଖାନା, ଔଷଧ ଦୋକାନ, ରେଳ ଟିକଟ, ସରକାରୀ ବସ୍ ସେବା ଓ କୋ-ଅପରେଟିଭ ଆଦି ସେବାରେ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ପୁରୁଣା ୫ଶହ ଟଙ୍କିଆ ନୋଟ୍ ବ୍ୟବହାର କରିହେବ । ଏହାସହ ୨ତାରିଖ ପର୍ଯ୍ୟନ୍ତ ଟୋଲ୍ ଟିକସ ଛାଡ ରହିଛି । ୩ତାରିଖରୁ ପୁଣି ଦେବାକୁ ପଡିବ ଟୋଲ୍ ଟିକସ ।