ବି.ଏସ୍.ଏଫ ପାଳନ କରୁଛି ୫୧ ତମ ପ୍ରତିଷ୍ଠା ଦିବସ

24

କନକ ବ୍ୟୁରୋ : ବି.ଏସ.ଏଫ ଆଜି ପାଳନ କରୁଛି ୫୧ ତମ ପ୍ରତିଷ୍ଠା ଦିବସ । କେବଳ ସୀମା ସୁରକ୍ଷା ନୁହେଁ ମାଓବାଦୀ ମୁକାବିଲା ଠାରୁ ଆରମ୍ଭ କରି ଦେଶର ବିପତି ସମୟରେ ସାହାସର ସହ କର୍ତବ୍ୟ ତୁଲାଇବାରେ ବି.ଏସ.ଏଫର ଭୂମିକା ଅତୁଳନୀୟ ।

୫ ବର୍ଷ ଧରି ଓଡିଶାରେ ମାଓ ମୁକାବିଲା ଲାଗି ନିୟୋଜିତ ରହିଛନ୍ତି ବି.ଏସ.ଏଫ ଯବାନମାନେ । ଆଜି ପ୍ରତିଷ୍ଠା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ସବୁ ମାଓ ଉପଦୃତ ଅଂଚଳରେ ଥିବା ବି.ଏସ.ଏଫ କ୍ୟାମ୍ପ ମାନଙ୍କରେ “ରେଜିଙ୍ଗ ଡେ’ ସେରିମୋନୀ ପାଳନ କରାଯାଉଛି । ଏଥିସହ ବିଚ୍ଛିନ୍ନାଂଚଳରେ ଲୋକଙ୍କ ଆସ୍ଥା ଜିତିବାକୁ ଜନ ସମ୍ପର୍କ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଛି ବି.ଏସ.ଏଫ ।