ବନ୍ୟାଞ୍ଚଳରେ ଲୋକ ପ୍ରତିନିଧି। ବିଭିନ୍ନ ସ୍ଥାନରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ, ମନ୍ତ୍ରୀ।

71

କନକ ବ୍ୟୁରୋ: ବେକେ ବେକେ ପାଣିରେ ପଶି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଲୋକପ୍ରତିନିଧି । ବୋଲଗଡ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ । ଯେଉଁଠି ପାଣି ବେଶୀ ହୋଇଛି ସେଠାରେ ପଂହରୁଛନ୍ତି । ସାଙ୍ଗରେ କିଛି ସମର୍ଥକ ବି ଅଛନ୍ତି । ମହାନଦୀର ଶାଖା ନଦୀ ରଣ ନଦୀର କରାଳ ରୂପରେ ବେଗନିଆ ବ୍ଲକର ଅନେକ ବ୍ୟାପକ ଅଞ୍ଚଳ ଜଳମ୍ନଗ ହୋଇଛି । ଏଥିରୁ ବାଦ ପଡିନାହିଁ ବିଶ୍ୱପ୍ରସିଦ୍ଧ ଅଟ୍ରି ଉଷ୍ମପ୍ରସବଣ । ଅଟ୍ରି ଜଳବନ୍ଦୀ ହୋଇ ରହିଛି । ଏହାର ମୁଖ୍ୟ କୁଣ୍ଡ ତପ୍ତ କୁଣ୍ଡ ବୁଡିଯାଇଛି । ତେଣୁ ସ୍ଥିତି ଦେଖିବା ପାଇଁ ରାଜେନ୍ଦ୍ର ସାହୁ ପହଁରି ପହଁରି କୁଣ୍ଡ ପାଖକୁ ଯାଇଥିଲେ ।

ସେପଟେ ବନ୍ୟା ଆଁରେ ଅଛି ନିମାପଡା ଅଞ୍ଚଳ । ଏଠାରେ ଲୋକ ସୁରକ୍ଷିତ ସ୍ଥାନରେ ସ୍ଥାନରେ ଅଛନ୍ତି । ଅଧିକାଂଶ ଅଞ୍ଚଳରେ ରନ୍ଧାଖାଦ୍ୟ ମିଳିନଥିବା ଦେଖାଦେଇଛି । ଧନୁଆ ନଦୀରେ ବନ୍ୟା ଯୋଗୁଁ ଏଭଳି ସ୍ଥିତି ସଷ୍ଟି ହୋଇଛି । ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ହଜାର ହଜାର ଲୋକ ଦୁର୍ଦ୍ଦିନରେ ଅଛନ୍ତି । ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

କେନ୍ଦ୍ରାପଡାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ଅତନୁ ସବସାଚୀ ନାୟକ ଓ ପ୍ରମିଳା ମଲ୍ଲିକ । । ପ୍ରଥମେ ମାର୍ଶାଘାଇ, ଗରଦପୁର ଓ ମହାକାଳପଡା ବଲ୍କର ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ପୀଡିତଙ୍କ ସହ ଆଲୋଚନା କରିଥିଲେ । ଏହପରେ ବିଭାଗୀୟ ଅଧିକାରୀଙ୍କୁ ଭେଟିଥିଲେ ।

ବିଜେପି ରାଜ୍ୟ ସଭାପତି ମଧ୍ୟ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀ କଣାସ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି । ବଳଭଦ୍ରପୁରରେ ୩ ହଜାରରୁ ଅଧିକ ଗାଁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବିଜେପି ନେତା ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଖୋର୍ଧା ଅଞ୍ଚଳରେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ବିଜେଡି ନେତା ମୁନ୍ନା ଖାଁ ଓ ସ୍ଥାନୀୟ ବିଧାୟକ ଜିତୁ ମିତ୍ର । ସେହିଭଳି ବିଜେପି ନେତା ମନମୋହନ ସାମଲ ବି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।