ଚାଷୀଙ୍କ ଲଢ଼େଇରେ ସାଥି ହେଲା ‘ହାତ’ । ନବନିର୍ମାଣ କୃଷକ ସଂଗଠନ ସହ ରାତି ଉଜାଗର ରହିଲେ ପିସିସି ସଭାପତି ।
ଚାଷୀ ଭାଇଙ୍କ ସହ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ରାତ୍ରିଯାପନ । ଏବଂ ଉଜାଗର ରହି ସେମାନଙ୍କ ଆନ୍ଦୋଳନରେ ଭାଗିଦାରୀ ହେବା କଂଗ୍ରେସକୁ କ’ଣ ଫାଇଦା ଦେବ ? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
କନକ ବ୍ୟୁରୋ: କୃଷକଙ୍କ ଆନ୍ଦୋଳନକୁ କଂଗ୍ରେସ ନେତାଙ୍କ ସମର୍ଥନ । ଚାଷୀଙ୍କ ସହ ସାରା ରାତି ବିତାଇଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନବ ନିର୍ମାଣ କୃଷକ ସଂଗଠନ ସହ ସାରା ରାତି ଉଜାଗର ରହିଲେ ପିସିସି ମୁଖିଆ ନିରଂଜନ ପଟ୍ଟନାୟକ । ସୁଚନା ମୁତାବକ ଚାଷୀଙ୍କୁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବିରେ ଯାଜପୁର କୁଆଖିଆରୁ ବାହାରିଥିବା ଚାଷୀ ପଦଯାତ୍ରା ଗତକାଲି କଟକରେ ଅଟକିଥିଲା । ଏବଂ କଟକ ଗୋପାଳପୁର ଠାରେ ଚାଷୀ ଭାଇମାନେ ରାତ୍ରିଯାପନ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଗୋପାଳପୁର ତାରିଣୀ ପଡିଆରେ ରହିଥିବା ଚାଷୀଙ୍କ ସହ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ରାତ୍ରିିଯାପନ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଏନେଇ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମ କହିଛନ୍ତି ଯେ, କଂଗ୍ରେସ ଦଳ ସବୁ ସମୟରେ ଚାଷୀଙ୍କ ସହିତ ଅଛି ଏବଂ ଚାଷୀଙ୍କ ସ୍ୱାର୍ଥ ପାଇଁ ଯେ କୌଣସି ସ୍ତରକୁ ଯିବା ପାଇଁ କଂଗ୍ରେସ ପ୍ରସ୍ତୁତ ବୋଲି କହିଛନ୍ତି ମୋକିମ ।