ସଙ୍କଟରେ ପଜାଂବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ନିଜ ମନ୍ତ୍ରମଣ୍ଡଳର ସଭ୍ୟ ସିଦ୍ଧୁଙ୍କ ଇସ୍ତଫା କଲେ ଦାବୀ

ପଞ୍ଜାବରେ ଘନାଉଛି ରାଜନୈତିକ ବିବାଦ

329

କନକ ବ୍ୟୁରୋ : ପଞ୍ଜାବରେ ଘନାଉଛି ରାଜନୈତିକ ବିବାଦ । ରାଜ୍ୟର ୩ ମନ୍ତ୍ରୀ ପଜାଂବର ପର୍ଯ୍ୟଟନ ମନ୍ତ୍ରୀଙ୍କର କ୍ୟାବିନେଟରୁ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ସୂଚନା ମିଳିଛି । ଏହାସହ ଆସନ୍ତାକାଲି ଏ ସମ୍ପର୍କରେ ପଜାଂବରେ ବସିବାକୁ ଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନରେ କର୍ତାରପୁର କରିଡରର ଉଦଘାଟନ ପାଇଁ ସେଠାକୁ ନିମନ୍ତ୍ରଣ ହୋଇଯାଇଥିଲେ ସିଦ୍ଧୁ । ତେବେ ସେଠାରେ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର କରି ଇସ୍ତଫା ଦାବୀ ହେଉଥିବା ସୂଚନା ମିଳିଛି । ସିଦ୍ଧୁ ଯେଉଁ ସମୟରେ ଟ୍ୱିଇଟ କରିଥିଲେ ଏହାପରେ ବିବାଦ ଘନାଇଥିଲା ।

 

ଏହାପରେ ସେ କହିଥିଲେ ଯେ, ସାରା ଦେଶରେ ଲୋକମାନେ ଜାଣିଛନ୍ତି ଯେ, ମୁଁ ପାକିସ୍ତାନର ମୁଖ୍ୟମନ୍ତ୍ରୀଙ୍କର ନିମନ୍ତ୍ରଣ ପାଇଁ ସେଠାକୁ ଯାଇଥିଲି । ତେବେ ହାଇଦ୍ରାବାଦରେ ସିଦ୍ଧୁଙ୍କୁ କିଛି ସମ୍ବାଦିକ ପଚାରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କର ବିନା ଅନୁମତିରେ ଆପଣ କିପରି ଭାବରେ ପାକିସ୍ତାନ ଯାଇଥିଲେ? ତେବେ ଏହାର ଅତି ହାସ୍ୟାସ୍ପଦ ଉତ୍ତର ରଖିଲେ ସିଦ୍ଧୁ, କହିଥିଲେ ରାହୁଲ ଗାନ୍ଧୀ ମୋର କ୍ୟାପଟେନ । ସେ ମତେ ପାକିସ୍ତାନ ପଠାଇଥିଲେ । ଏହାସହ ସେ କହିଥିଲେ ଯେ, ରାହୁଲ ଗାନ୍ଧୀ ହେଉଛନ୍ତି ଅମରେନ୍ଦ୍ରଙ୍କର କ୍ୟାପଟେନ । ଏହା କହିବା ପରେ ପଜାଂବର କେତେଜଣ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ, ଯଦି ସିଦ୍ଧୁ ଅମରେନ୍ଦ୍ରଙ୍କୁ ନିଜର କ୍ୟାପଟେନ ଭାବନ୍ତି ନାହିଁ ତେବେ ସେ ନିଜେ ହିଁ ମନ୍ତ୍ରୀମଣ୍ଡଳରୁ ବାହାରିଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

 

ଏହାସହ ପଜାଂବର ଜଣେ ମନ୍ତ୍ରୀ କହିଛନ୍ତି ଯେ, ସିଦ୍ଧୁ ଯଦି ଅମରେନ୍ଦ୍ରଙ୍କୁ ମାନୁନାହାନ୍ତି ତେବେ ସେ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବାର ଆବଶ୍ୟକତା ରହିଛି । ଏହାସହ ରାହୁଲ ଗାନ୍ଧୀ ଯାହା କହୁଛନ୍ତି ତାହାକୁ ପ।ଳନ କରନ୍ତୁ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ସେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବା ସହ ତାଙ୍କୁ ହିଁ କ୍ୟାପଟେନ ଭାବରେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସିଦ୍ଧୁଙ୍କ ଏପରି ମନ୍ତବ୍ୟ ପରେ ପଜାଂବରେ ଅନେକ ନେତା ଓ ଦଳୀୟ କର୍ମୀମାନେ ମଧ୍ୟ ଏହାକୁ ବିରୋଧ କରିଥିବା ଜଣାପଡିଛି ।