ମାଲକାନଗିରିରେ ୫ ଟି ସଚିବ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀଙ୍କ ସହ ଆଲୋଚନା କଲେ ଭି.କେ ପାଣ୍ଡିଆନ
କନକ ବ୍ୟୁରୋ : ମାଲକାନଗିରିରେ ୫ ଟି ସଚିବ ଭି କେ ପାଣ୍ଡିଆନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ । ଏହା ସହ ସ୍ୱାସ୍ଥ୍ୟବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ପାଣ୍ଡିଆନଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଏହା ପରେ କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ଯାଇ ବି ସ୍ଥିତି ସମୀକ୍ଷା କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ଫାଇଭ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ମୋ ସରକାର କାର୍ଯ୍ୟକ୍ରମକ୍ରମ । ପ୍ରଶାସନକୁ ଅଧିକ ଉତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆଉ ଏହି କ୍ରମରେ ମାଲକାନଗିରି ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ୱାର୍ଡ଼ ବୁଲି ଦେଖିଛନ୍ତି ୫ଟି ସଚିବ । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରିଛନ୍ତି ।
ସେପଟେ ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି, ରୋଗୀଙ୍କୁ ସୁହାଇଲା ପରି ହେବ ହସ୍ପିଟାଲ । ଆଗରୁ ଅନେକ ସୁବିଧା ଥିଲେ ବି ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ଆଗାମୀ ସମୟରେ ବିଶ୍ରାମାଗାର, ଲାବରୋଟୋରୀ ଓ କ୍ୟାଣ୍ଟିନ୍ ତିଆରି ହେବ । ଔଷଧ ସମ୍ପୂର୍ଣ୍ଣ ରୂପେ ମାଗଣାରେ ଦିଆଯିବ । ଡାକ୍ତରଖାନାର ଉନ୍ନତୀକରଣ ପାଇଁ ସବୁ ପ୍ରକାର ପ୪କ୍ଷେପ ନିଆଯାଉଛି ।