କାହ୍ନା ନ୍ୟାସନାଲ ପାର୍କରେ ବିରଳ ଘଟଣା : ବାଘୁଣୀର ହତ୍ୟା କରିବା ପରେ ଝୁଣି ଖାଇଗଲା ମାଂସ

206

ମଧ୍ୟ ପ୍ରଦେଶର କାହ୍ନା ନ୍ୟାସନାଲ ପାର୍କରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଯେଉଁଠି ଏକ ବାଘ ପ୍ରଥମେ ବାଘୁଣୀର ହତ୍ୟା କରି ତାର ଶବକୁ ଚୋବାଇ ଚୋବାଇ ଖାଇଗଲା । ଏମିତି ଘଟଣା ପୂର୍ବରୁ ମଧ୍ୟ ଶୁଣିବାକୁ ମିଳିଛି । କିନ୍ତୁ ଏହା ବହୁତ କମ୍ ହୋଇଛି । ବିଶେଷଜ୍ଞଙ୍କ କହିବାନୁସାରେ, ସାଧାରଣତଃ ବାଘ, ବାଘ ଛୁଆଙ୍କର ହିଁ ଶିକାର କରେ । ବାଘ ନିଜ ସମାନର ପ୍ରାଣୀର ଶିକାର କରୁଥିବା କମ୍ ଦେଖିବାକୁ ମିଳେ ।

ଏହା ଉପରେ କାହ୍ନା ନ୍ୟାସନାଲ ପାର୍କର ପ୍ରବନ୍ଧକଙ୍କୁ ପଚରାଯିବାରୁ ସେ କହିଲେ କି, ଏହା ପ୍ରଭୁତ୍ୱ ବିସ୍ତାରର ଲଢ଼େଇ ହୋଇପାରେ । ପ୍ରବନ୍ଧକଙ୍କୁ ବାଘୁଣୀର ଶବ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ବାଘୁଣୀର ଶବକୁ ଦେଖି ଜଣାପଡୁଛି କି, କୌଣସି ଅନ୍ୟ ବାଘ ବାଘୁଣୀର ଶିକାର କରିଥିବ ଓ ତାକୁ ଖାଇଯାଇଥିବ । ପ୍ରାରମ୍ଭିକ ଅବସ୍ଥାରେ କୁହାଯାଉଥିଲା କି ଭୋକ ମେଣ୍ଟାଇବା ପାଇଁ ବାଘୁଣୀର ଶିକାର ହୋଇନି ବରଂ ଏହା କ୍ରୋଧର ଶିକାର ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରେ ବି ବାଘ ବାଘୁଣୀର ହତ୍ୟା କରିଥିବା ଆସିଛି ।