ସବୁଠାରୁ ଅଧିକ ଲୋକଙ୍କୁ ଫାଶୀ ଦେବାରେ ପଂଚମରେ ପାକିସ୍ତାନ ! ଜାଣନ୍ତୁ କିଏ ରହିଛି ଶୀର୍ଷରେ

27

ସବୁଠାରୁ ଅଧିକ ଫାଶୀ ଦଣ୍ଡାଦେଶ ଦେବାରେ ପାକିସ୍ତାନ ହେଉଛି ପଂଚମ ଦେଶ । ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୬୫ଜଣଙ୍କୁ ଫାଶୀ ଦଣ୍ଡ ଦେଇ ସାରିଛି ଏହି ଆତଙ୍କି ରାଷ୍ଟ୍ର । ଏହାକୁ ସ୍ପଷ୍ଟ କରିଛି କଏଦୀ ମାନଙ୍କ ଅଧିକାର ପାଇଁ କାମ କରୁଥିବା ଏକ ସଂଗଠନ ।

ପାକିସ୍ତାନରେ ଫାଶୀକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ଦେଶରେ ଅପରାଧର ପରିମାଣର ଏତେ ଯେ ଜେଲ୍ ମାନଙ୍କରେ ଭିଡ ବଢିବାରେ ଲାଗିଛି । ତେଣୁ ସମାଧାନ ସ୍ୱରୂପ କଏଦୀ ମାନଙ୍କୁ ଫାଶୀ ଦିଆଯାଉଥିବାର ପ୍ରକାଶ କରିଛି ଜଷ୍ଟିସ୍ ପ୍ରୋଜେକ୍ଟ ପାକିସ୍ତାନ (ଜିପିପି)ର ଏକ ରିପୋର୍ଟ । ତେବେ ଫାଶୀ ଦଣ୍ଡ ଦେବା ପରେ ମଧ୍ୟ ଅପରାଧରେ କୌଣସି ଲଗାମ୍ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଅନ୍ୟପଟେ ଫାଶୀ ଦଣ୍ଡ ଦେବାରେ ପ୍ରଥମ ରାଷ୍ଟ୍ର ଚୀନ୍ ଥିବା ବେଳେ ଦ୍ୱିତୀୟରେ ଅଛି ଇରାନ୍ । ତାପରେ ରହିଛି ସାଉଦି ଆରବ ଏବଂ ଇରାକ୍ । ଆଉ ଏହା ପରେ ରହିଛି ପାକିସ୍ତାନ ଯିଏ ମାତ୍ର ଅଢେଇ ବର୍ଷ ମଧ୍ୟରେ ୪୬୫ଜଣଙ୍କୁ ଶୁଣାଇଛି ଫାଶୀର ସଜା । ଅନ୍ୟପଟେ ରିପୋର୍ଟ ଦାବି କରିଛି ଯେ ପାକିସ୍ତାନ ସରକାର ଫାଶୀ ଦଣ୍ଡାଦେଶକୁ ଉଚିତ୍ ମଣିବା ସହ ଆତଙ୍କବାଦ ସହ ଲଢିବା ପାଇଁ ଏହା ଜରୁରୀ ବୋଲି କହିଛନ୍ତି ।

ସୌଜନ୍ୟ : ନବଭାରତଟାଇମ୍ସ