କଟକରେ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ : ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳା ପତାକା ପ୍ରଦର୍ଶନ

କଟକ ବ୍ୟୁରୋ , କନକ ନ୍ୟୁଜ୍ : ବ୍ରହ୍ମପୁରରେ ବର୍ତିଯାଇଥିଲେ , କଟକରେ ଫସିଗଲେ । ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ କଟକରେ ଜେରାଦାର ବିରୋଧ । ପୂର୍ବ ନିଷ୍ପତି ମୁତାବକ ଆଜି ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ ପ୍ରଦର୍ଶନ କରିଛି ବିଜେପି । ବୋଷ ଇଂଜିନିୟରିଂ କଲେଜରେ ଆୟୋଜିତ…

କନ୍ଧମାଳ ଗୁମୁଡୁମାହା ଗସ୍ତରେ କଂଗ୍ରେସ ବିଧାୟକ ଦଳ : ନରସିଂହଙ୍କ ନେତୃତ୍ୱରେ ବାହାରିଲା ଟିମ୍

ବାଲିଗୁଡ଼ା : ଆଜି ବାଲିଗୁଡ଼ା ଗସ୍ତ କରିଛି କଂଗ୍ରେସ ବିଧାୟକ ଦଳ । ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏହି ଟିମ ବାଲିଗୁଡା ଗସ୍ତ କରିଛି । ପୋଲିସ୍ ଗୁଳିରେ ୫ ଜଣ ନିରୀହ ଆଦିବାସୀଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାର ସରଜମିନ ଯାଂଚ୍ କରିବ କଂଗ୍ରେସ । ଏହି ଟିମ୍ ପ୍ରଶାସନ ସହ ଆଲୋଚନା କରିବ…

ବ୍ରହ୍ମପୁରରେ ଏକକାଳୀନ ୩ଟି ଟ୍ରକ ଧକ୍କା : ଜଣେ ଡ୍ରାଇଭର ମୃତ , ୩ ହେଲପର ଆହତ

ବ୍ରହ୍ମପୁର : ବ୍ରହ୍ମପୁରରେ ଏକକାଳୀନ ୩ଟି ଟ୍ରକ ଧକ୍କା । ଫଳରେ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ୩ ହେଲପର ଆହତ ହୋଇଛନ୍ତି । ଗୋଳନ୍ଥରା ଥାନା କନିସି ଛକରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବାବେଳେ ପୁଣି ଏକ ଲୁହା ପାଇପ ବୋଝେଇ ଟ୍ରକ ପଛପଟୁ…

ଅଶାନ୍ତ ଷ୍ଟିଲ ସିଟି : ସୋସିଆଲ ମିଡିଆରେ ଏକ ବିବାଦୀୟ ଫଟୋକୁ ନେଇ ରାଉରକେଲାରେ ଉତେଜନା

ରାଉରକେଲା ବ୍ୟୁରୋ , କନକ ନ୍ୟୁଜ୍ : ଅଶାନ୍ତ ଷ୍ଟିଲ ସିଟି । ସୋସିଆଲ ମିଡିଆରେ ଏକ ବିବାଦୀୟ ଫଟୋକୁ ନେଇ ରାଉରକେଲାରେ ଉତେଜନା ଲାଗିରହିଛି । ଚନ୍ଦ୍ରାଲୋକ ହୋଟେଲ ଲେନରେ ଏହି ପ୍ରସଙ୍ଗକୁ ନେଇ ଉତେଜନା ଦେଖାଦେବା ପରେ ୧୪୪ ଧାରା ଜାରି କରାଯାଇଛି । ସହରରେ ସାଂପ୍ରଦାୟିକ ଉତେଜନା ଦେଖାଦେବା…

କନ୍ଧମାଳ ଗୁଳିକାଣ୍ଡ ଘଟଣା : ରାଜନୀତିର ପଶାପାଲି ଏବେ ଖୁବ୍ ଚର୍ଚ୍ଚିତ ଅବସ୍ଥାରେ

କନ୍ଧମାଳରେ ନୀରିହ ଲୋକମାନଙ୍କୁ ଗୁଳି ମାଡ ଘଟଣାରେ ରାଜନୀତିର ପଶାପାଲି ଏବେ ଖୁବ୍ ଚର୍ଚ୍ଚିତ ଅବସ୍ଥାରେ। ଗୋଟିଏ ପଟେ ବିରୋଧି ଦଳ ତରଫରୁ ବାରମ୍ବାର ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଏବଂ କାହିଁକି ତୁରନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆଯାଇନାହିଁ ।…

କଟକରେ ଏସଆଇଟିର କଳାଧନ ସଂପର୍କିତ ବୈଠକ : ବିଭିନ୍ନ ବିଭାଗର ଅଧିକାରୀ ହେବେ ସାମିଲ

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଆଜି କଟକ ଠାରେ କଳାଧନ ସଂପର୍କରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ଏହି ବୈଠକ ବସିବ । ଏଥିରେ କ୍ରାଇମବ୍ରାଂଚର ବରିଷ୍ଠ ଅଧିକାରୀ, ଆୟକର ବିଭାଗ, ପ୍ରବର୍ତନ ନିର୍ଦ୍ଦେଶାଳୟ , ସିବିଆଇର…

ଆଜି ଶ୍ରୀଜିଉଙ୍କ ସୁନାବେଶ : ଚଳଚଂଚଳ ଶ୍ରୀକ୍ଷେତ୍ର, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ  ବ୍ୟୁରୋ , କନକ ନ୍ୟୁଜ୍ : ଆଜି ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଭକ୍ତମାନେ କିପରି ମହାପ୍ରଭୁଙ୍କ ସୁନାବେଶ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ…

କନ୍ଧମାଳରେ ଗାଳିଦେଲେ, ଭୁବନେଶ୍ୱରରେ ପ୍ରଶଂସା କଲେ ! ଗୋଟିଏ କମିଶନ . . ଦୁଇଟି ମତ

କନକ ବ୍ୟୁରୋ : ଏନସିଏସଟି ଅଧ୍ୟକ୍ଷ ରାମେଶ୍ୱର ଓରାନଙ୍କ ମତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କନ୍ଧମାଳ ଘଟଣାରେ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଓରାନ। ଘଟଣା ଦୁର୍ଭାଗ୍ୟଜନକ ଓ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। କନ୍ଧମାଳରେ ବି ରାଜ୍ୟ ସରକାରଙ୍କ ଉପରେ…

ମୁମ୍ବାଇରେ ଅଛି ବୁଦ୍ଧିଆ : ଜାତୀୟ ଗଣମାଧ୍ୟମକୁ ଫିଲ୍ମ ନିର୍ଦେଶକଙ୍କ ସୂଚନା

କନକ ବ୍ୟୁରୋ : କେଉଁଠି ଅଛି ବିସ୍ମୟ ବାଳକ ବୁଦ୍ଧିଆ ସିଂ। ନିଖୋଜ ବୁଦ୍ଧିଆର ଠିକଣା ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି ଶିଶୁ କଲ୍ୟାଣ ସମିତି। ଏଥିପାଇଁ କ୍ରୀଡା ଛାତ୍ରାବାସ ଓ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗକୁ ଚିଠି ଲେଖିଛି। କେମିତି ଓ କେଉଁ ପରିସ୍ଥିତିରେ ବୁଦ୍ଧିଆ ନିଖୋଜ ହୋଇଗଲା ଓ ତାକୁ…