ଧାନର ଗୁଣବତ୍ତାକୁ ନେଇ ତୁଟୁନି ବିବାଦ ! ଶୀତୁଆ ରାତିରେ ମଣ୍ଡିରେ ଧାନ ଜଗୁଛି ଚାଷୀ

46

କନକ ବ୍ୟୁରୋ : ଶୀତୁଆ ରାତିରେ ନିଘୋଡ ନିଦରେ ଶୋଇଯାଇଛି ସହର । ହେଲେ ଚାହିଁଛି ଚାଷୀ । ପୁରା ସହର ଶୋଇଯାଇଥିବା ବେଳେ ନିଜର ଅମଳ ଶସ୍ୟକୁ ଜଗି ବସିଛି ଚାଷୀ । ଏ ଚିତ୍ର ହେଉଛି କୋରପୁଟ ଜିଲ୍ଳା ଡ଼ଙ୍ଗର ପାଉଁସି ମଣ୍ଡିର । କୋରାପୁଟର ଅସମ୍ଭାଳ ଶୀତରେ ସହର କମ୍ଭଳ ଘୋଡେଇ ହୋଇ ଶୋଇଥିବା ବେଳେ ଚାଷୀ, ଘର ଛାଡି ଖୋଲାମେଲା ପଡ଼ିଆରେ ପଡିଥିବା ଅମଳ ଶସ୍ୟକୁ ଜଗିବସିଛି ।

ଦିନ ତମାମ ଧାନକୁ ଜଗି ବସିଥିବା ଚାଷୀଙ୍କ ମଧ୍ୟରୁ କିଏ ହାଲିଆ ହୋଇ ଟିକିଏ ନିଦର ଆସର ନେଇଥିଲେ ତ କିଏ ନିଆଁ ଜାଳି ପାଳି ଅନୁଶାରେ ଜଗିବସିଥିଲେ । ନିଛାଟିଆ ରାତିର ସାଥୀ କେବଳ ଗୋଟିଏ ଟାଙ୍ଗିଆ ଓ ପୋଷା କୁକୁର । ଗତ ୨ ତାରିଖରୁ ଖରିଫ ଧାନ କଣିବା ପାଇଁ ମଣ୍ଡି ଖୋଲିଛି । କୋରାପୁଟ ଜିଲ୍ଳାରେ ସରକାର ୪୮ ଟି ଖରିଫ ମଣ୍ଡି ପାଇଁ ନିଷ୍ପତି ନେଇଥିବା ବେଳେ କେବଳ ଜୟପୁର ସବଡ଼ିଭିଜନରେ ୩୮ ଟି ମଣ୍ଡି ରହିଛି ।

ଏଫଏକ୍ୱୁମାନର ଗୁଣବତାକୁ ନେଇ ମିଲର, ଚାଷୀ ଓ ପ୍ରଶାସନଙ୍କ ମଧ୍ୟରେ ବିବାଦ ତୁଟୁ ନଥିବା ବେଳେ ମଣ୍ଡିରେ ଧାନ ପଡ଼ି ରହିଛି । ରାତି ଅନିଦ୍ରା ହୋଇ ଶୀତ କାକରରେ ମଣ୍ଡିରେ ଧାନ ରଖି ଜଗିବସିଛି ଚାଷୀ । ଖୋଲାମେଲା ସ୍କୁଲ ପଡ଼ିଆରେ ପ୍ରଶାସନ କରିଥିବା ଡ଼ଙ୍ଗର ପାଉଁସି ମଣ୍ଡି ଉପରେ ପ୍ରାୟ ୪ ଟି ପଚାଂୟର ଚାଷୀ ନିର୍ଭର କରନ୍ତି ।