ନିଆଁରେ ଜଳିଗଲା ବର୍ଷକର ଦାନା । ଖଳାରେ ପୋଡି ପାଉଁଶ ହେଲା ୭ ଏକର ଜମିର ଧାନ ହଳା । କଳାହାଣ୍ଡି ତେନ୍ତୁଳିଖୁଣ୍ଟିର ଘଟଣା ।

112

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତେନ୍ତୁଳିଖୁଣ୍ଟିର ଖଳାରେ ଥିବା ୭ ଏକର ଜମିରୁ ଅମଳ ଧାନ ଜଳି ପୋଡି ପାଉଁଶ ।

ଗାଁର ଝସକେତନ ଦୁର୍ଗର୍ା ଓ ଫକିର ଦୁର୍ଗା ଧାନ ଅମଳ କରି ଖଳାରେ ବିଡ଼ା ବାନ୍ଧି ରଖିଥିଲେ । ହେଲେ ହଠଶତ୍ ନିଆଁ ଲାଗି ଯିବାରୁ ୮୦ ପ୍ରତିଶତ ଧାନ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ହାରାମାଲ ରାଜସ୍ୱ ନିରୀକ୍ଷକ ପହଂଚି କ୍ଷୟକ୍ଷତିର ପ୍ରାଥମିକ ଆକଳନ କରିଛନ୍ତି ।