ଉପରାଷ୍ଟ୍ରପତି ନିର୍ବାଚନ : ନାମାଙ୍କନ ଭରିଲେ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା

88

କନକ ବ୍ୟୁରୋ : ଆସୁଛି ଉପରାଷ୍ଟ୍ରପତି ନିର୍ବାଚନ । ନାମାଙ୍କନ ଭରିଲେ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା  । ସେ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ନେତା ଅହିର ରଂଜନ ଚୌଧୁରୀ, ଏନସିପି ମୁଖ୍ୟ ଶରଦ ପାୱାର, ମଲ୍ଲିକାର୍ଜୁନ ଖାର୍ଗ ଏବଂ ବିରୋଧୀ ଦଳର ବହୁ ନେତା ଉପସ୍ଥିତ ଥିଲେ । ଗତକାଲି ବିଧିବଦ୍ଧ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ।

ମାର୍ଗାରେଟଙ୍କ ରାଜନୈତିକ କ୍ୟାରିୟର

– ୧୯୬୯ରେ ରାଜନୀତିକୁ ଆସିଥିଲେ ମାର୍ଗାରେଟ୍
– ୧୯୭୪ରେ କଂଗ୍ରେସ ପ୍ରତିନିଧି ଭାବେ ରାଜ୍ୟସଭା ଯାଇଥିଲେ
– ୧୯୭୫-୧୯୭୭ ପର୍ଯ୍ୟନ୍ତ ଅଖିଳ ଭାରତୀୟ କଂଗ୍ରେସ କମିଟିର ଯୁଗ୍ମ ସଚିବ
– ୧୯୭୮-୧୯୮୦ ମଧ୍ୟରେ କର୍ଣ୍ଣାଟକ କଂଗ୍ରେସର ମହାସଚିବ
– ୧୯୮୦ରୁ ୧୯୯୨ ମଧ୍ୟରେ ତିନି ଥର ରାଜ୍ୟସଭା ସାଂସଦ
– ୧୯୮୩-୧୯୮୫ ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ଥିଲେ
– ୧୯୮୪-୮୫ରେ ସଂସଦୀୟ ବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଥିଲେ
– ବିଜ୍ଞାନ କାରିଗରୀ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି
– ୨୦୦୯-୨୦୧୨ ପର୍ଯ୍ୟନ୍ତ ରାଜସ୍ଥାନର ପ୍ରଥମ ମହିଳା ରାଜ୍ୟପାଳ
– ୪ଟି ରାଜ୍ୟର ରାଜ୍ୟପାଳ ରହି ସାରିଛନ୍ତି ମାର୍ଗାରେଟ୍ ଆଲଭା
– ଗୋଆ, ଗୁଜରାଟ ଓ ଉତରାଖଣ୍ଡର ରାଜ୍ୟପାଳ ଥିଲେ