ଖଣି ମାଫିଆଙ୍କ ଆତଙ୍କ  । ଚଢଉ ସମୟରେ ଡିଏସପିଙ୍କୁ ଡମ୍ପର ଚଢାଇ କଲେ ହତ୍ୟା 

483

କନକ ବ୍ୟୁରୋ: ପୁଣି ସାମନାକୁ ଆସିଲା ଖଣିମାଫିଆଙ୍କ ଆତଙ୍କ । ହରିୟାଣାରେ ବେଆଇନ୍ ଖଣି ଖନନ ଖବର ପାଇ ଚଢଉ କରିବାକୁ ଯାଇଥିବା ସମୟରେ ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କୁ ଡମ୍ପର ଚଢାଇ ଦେଲେ ଖଣି ମାଫିଆ । ଫଳରେ ଘଟଣାସ୍ଥଳରେ ହିଁ ଡିଏସପିଙ୍କର ମୃତ୍ୟୁ ହୋଇଛି । ବର୍ଷକ ପରେ ଚାକିରୀରୁ ଅବସର ନେଇଥାନ୍ତେ ଡିଏସପି ସୁରେନ୍ଦ୍ର ସିଂହ

ସୂଚନା ମୁତାବକ, ଉପ ପୋଲିସ ଅଧୀକ୍ଷକ ସୁରେନ୍ଦ୍ର କୁମାର ତାବଡୁରେ ମୁତୟନ ଥିଲେ । ଏଠାରେ ପାହାଡି ଇଲାକାରେ ବେଆଇନ ଖଣି ଖୋଳାଯାଉଥିବା ଖବର ମିଳିଥିଲା । ଖବର ପାଇଁ ତୁରନ୍ତ ଖଣି ନିକଟକୁ ଯାଇ ପଥର ବୋଝେଇ ଟ୍ରକକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ଏହି ସମୟରେ ତାଙ୍କ ଉପରେ ଡମ୍ପର ଚଢାଇଦେଇଥିଲେ ମାଫିଆ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

 ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ ମାଫିଆ । ସେମାନଙ୍କୁ ଗିରଫ କରିବାକୁ ତନାଘନା ଚଳାଇଛି ପୋଲିସ । ତେବେ ଏପରି ଦୁଃସାହିସିକ ଘଟଣା ଘଟାଇବାରେ ଖଣିମାଫିଆଙ୍କର ଏହା ପ୍ରତମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏଠିକାର ମାଫିଆ ସ୍ପୋଶାଲ ଏନଫୋର୍ସମେଣ୍ଟ ଟିମ୍ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ।