୪୮ ଘଣ୍ଟାର ପରିଶ୍ରମ ପରେ ଖୋଳିଲା କେଳୁଣୀ ମୁହାଁଣ : ୨ ନଦୀର ଜଳ ସମୁଦ୍ରକୁ ନିଷ୍କାସିତ, ଅସ୍ତରଙ୍ଗ, କାକଟପୁର ଅଂଚଳବାସୀଙ୍କ ମୁହଁରେ ହସ

48

କନକ ବ୍ୟୁରୋ: ୪୮ ଘଂଟାର ପରିଶ୍ରମ ପରେ ଖୋଲିଲା କେଲୁଣି ମୁହାଁଣ । ଗତ ଏକ ମାସ ଧରି କେଲୁଣି ମୁହାଁଣ ବନ୍ଦ ହୋରଯିବା ଯୋଗୁଁ କାକଟପୁର, ଅସ୍ତରଙ୍ଗ ବ୍ଲକର ହଜାର ହଜାର ଚାଷୀ ଓ ମତ୍ସ୍ୟଜୀବୀଙ୍କ ଆଖିରୁ ନିଦ ହଜିଯାଇଥିଲା । ମୁହାଁଣ ବନ୍ଦ ହୋଇଯିବା କାରଣରୁ ଚାଷୀ ଓ ମତ୍ସ୍ୟଜୀବୀ ଚିନ୍ତାରେ ଥିଲେ । ମୁହାଁଣ ଖୋଲିବା ମାତ୍ରେ ବହୁ ଗ୍ରାମବାସୀ ମୁହାଁଣ ମୁହଁରେ ନାଚି ଉଠିଥିଲେ ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରାଚୀ, କାଦୁଆ ନଦୀର ବର୍ଷା ଜଳ ସମୁଦ୍ରକୁ ନିଷ୍କାସନ ହୋଇପାରୁନଥିଲା । ମୁହାଁଣ ବନ୍ଦ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାସନର ଚେତା ପଶିଥିଲା । ଫଳରେ ୨ଟି ଜେସିବି ଓ ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଗତକାଲି ସନ୍ଧ୍ୟାରେ ମୁହାଁଣ ଖୋଲିଛି । ଏହି ମୁହାଣ ଦେଇ ୨ଟି ନଦୀର ବର୍ଷାଜଳ ସମୁଦ୍ରକୁ ନିଷ୍କାସନ ହେବାରେ ଲାଗିଛି ।

ମୁହାଣଟି କ୍ଷିପ୍ର ଗତିରେ ପୂର୍ବ ଦିଗକୁ ମାଡି ମାଡି ଚାଲିଛି । ଏବେ କାକଟପୁର, ଅସ୍ତରଙ୍ଗ ବ୍ଲକର ୫ଟି ପଂଚାୟତର ୧୫ଟି ଗାଁ ପାଣିଘେରରେ ରହିଛି । ଚାରିଆଡେ ଚାଷଜମିରେ ଅଂଟାଏ ପାଣି ଜମିଛି । ମୁହାଣ ଖୋଲିବା ପରେ କାଦୁଆ ଓ ପ୍ରାଚୀ ନଦୀର ବର୍ଷା ଜଳ ନିଷ୍କାସନ ହେବାକୁ ଆଉ ୫ଦିନ ସମୟ ଲାଗିବ ।