ବିମୁଦ୍ରାକରଣକୁ ପୂରିଲା ମାସେ : ବିରୋଧୀଙ୍କ ଅଭିଯୋଗ,ମାସକ ମଧ୍ୟରେ ବେହାଲ ଦେଶବାସୀ

16

କନକ ବ୍ୟରୋ : ବିମୁଦ୍ରାକରଣ ଘୋଷଣାକୁ ମାସେ ପୂରିଛି । ଏହି ଗୋଟିଏ ମାସ ଭିତରେ ଦେଶବାସୀ ପୂରା ବେହାଲ ହୋଇ ପଡିଛନ୍ତି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଆଣିଛନ୍ତି ଏପରି ଅଭିଯୋଗ । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତିରେ ସାଧାରଣ ଲୋକେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ବ୍ୟାଙ୍କ ଓ ଏଟିଏମ ଆଗରେ ଲାଇନ୍ ଲଗାଇ ଏପର୍ଯ୍ୟନ୍ତ ୮୪ ଜଣଙ୍କ ମୃତ୍ୟୁ ହେଲାଣି ।

ନଭେମ୍ବର ୮ରେ ପୂରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରଠାରୁ ଦେଶବ୍ୟାପୀ ଅନେକ ସ୍ଥାନରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି । ଏହାକୁ ଏବେ ବଡ ପ୍ରସଙ୍ଗ କରିଛନ୍ତି ବିରୋଧୀ । ଆଉ ବିମୁଦ୍ରାକରଣର ମାସ ପୂର୍ତି ଅବସରରେ ଆଜି କଳା ଦିବସ ପାଳନ କରୁଛନ୍ତି ବିରୋଧୀ । ଗତକାଲି ୧୪ ଟି ରାଜନୈତିକ ଦଳ ବୈଠକ କରି ଆଜି କଳାଦିବସ ପାଳନ ପାଇଁ ନିଷ୍ପତି ନେଇଥିଲେ ।