ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ! ଲୋକସଭା ସହ ବିଧାନସଭାର ଭୋଟ୍ ଏକାସଙ୍ଗେ କରିବା ସପକ୍ଷରେ ପ୍ରଧାନମନ୍ତ୍ରୀ

50

କନକ ବ୍ୟୁରୋ : ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ । ଦେଶରେ ଉଭୟ ସଂସଦ ଓ ବିଧାନସଭା ନିର୍ବାଚନକୁ ଏକ ସଙ୍ଗରେ କରିବା ସପକ୍ଷରେ ଦୃଢ଼ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ କହିଛନ୍ତିି ନିର୍ବାଚନ ଏକ ଉତ୍ସବ ଭଳି । ଯେମିତିି ହୋଲିରେ, ସେହିଦିନ ରଙ୍ଗ ବୋଳାବୋଳି ହ୍ରୁଅନ୍ତିି ଆଉ ପୁଣି ପର ବର୍ଷ ପର୍ଯ୍ୟନ୍ତ ତାକୁ ଭୁଲି ଯାଆନ୍ତି ଠିକ୍ ସେହିଭଳି ନିର୍ବାଚନକୁ ଉପଭୋଗ କରିବା ଦରକାର । କିନ୍ତୁ ଆମ ଦେଶ ପ୍ରତିଦିନ ନିର୍ବାଚନ ମୁଡରେ ରହୁଛି । ଗୋଟିଏ ପ୍ରାନ୍ତରେ ନିର୍ବାଚନ ସରିଗଲେ ଅନ୍ୟ ପ୍ରାନ୍ତରେ ପୁଣି ନିର୍ବାଚନ ଆରମ୍ଭ ହେଉଛି ।

ତେଣୁ ଏକ ସମୟରେ ସଂସଦ, ବିଧାନସଭା, ଓ ତ୍ରୀସ୍ତରୀୟ ନିର୍ବାଚନ କରାଗଲେ ଏହା ସବୁ ଦୃ୍ଷ୍ଟିରୁ ଲାଭ ଦାୟକ ହେବ ବୋଲି କହିଛନ୍ତି ମୋଦି । ସେ କହିଛନ୍ତି ପାଂଚ ବର୍ଷରେ ଥରେ ନିର୍ବାଚନ ହେବା ଦ୍ୱାରା ସମୟ ସଂଚୟ ହେବ । ଏହା ସହ ଦେଶର ପ୍ରଶାସନିକ କଳ, ସୁରକ୍ଷା ବାହିନୀ ସବୁ କ୍ଷେତ୍ରରେ ମାନବସମ୍ବଳର ସଂଚୟ ହେବ । ଯାହା ଦ୍ୱାରା ପ୍ରତିବର୍ଷ ନିର୍ବାଚନ ପାଇଁ ନଷ୍ଟ ହେଉଥିବା ଶତାଧିକ କାର୍ଯ୍ୟ ଦିବସ ଅନ୍ୟ କାର୍ଯ୍ୟରେ ଉପଯୋଗ ହୋଇପାରିବ । ତେବେ ଏହା କୌଣସି ଦଳର ଏଜେଣ୍ଡା ନୁହେଁ । ବରଂ ଦେଶର ବିକାଶ ପାଇଁ ଏନେଇ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଦରକାର । ତେବେ ମୋଦିଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ଓ ସିପିଆଇ ବିରୋଧ କରିଛନ୍ତି ।