କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେନ । ପ୍ରଥମ ଦିନରେ ଗୃହରେ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଚାଷୀଙ୍କ ସମସ୍ୟାକୁ ଉଭୟ ଓ କେନ୍ଦ୍ର ସରକାର ଅଣଦେଖା କରୁଥିବା ଦର୍ଶାଇ ମୋସନ ଆଣିଛି କଂଗ୍ରେସ । ତେବେ ଗୃହ ଆରମ୍ଭରୁ ହିଁ ଗୃହରେ ଦେଖା ଦେଇଛି ତାତି । ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧି ହାତରେ ପୋଷ୍ଟର ଏବଂ ଧାନକେଣ୍ଡ।। ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ଫଳରେ ୧୨ଟା ଯାଏଢଁ ଗୃହ ମୁଲବତୀ ଘୋଷଣା କରିଛନ୍ତି ବାଚଷ୍ପତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଚଳିତ ଅଧିବେସନ ଲମ୍ବା ସମୟ ଧରି ଚାଲୁଥିବାରୁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପାସ କରିବାକୁ ଯୋଜନା ରଖିଛନ୍ତି । ଡିସେମ୍ବର ୧୨ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ନଭେମ୍ବର ୩୦ ତାରିଖରେ ବିଧାନସଭାରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ ।