ଦିନରେ ପ୍ରଚଣ୍ଡ ଖରା ରାତିରେ ପ୍ରବଳ ଥଣ୍ଡା : ସର୍ବନିମ୍ନ ତାପମାତ୍ର ୩.୫ ଡିଗ୍ରୀ, ସର୍ବାଧକ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ

133

କନକ ବ୍ୟୁରୋ : ରାଜ୍ୟରେ ପାଣିପାଗରେ ଏବେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଦିନରେ ପ୍ରଚଣ୍ଡ ଖରା ହେଉଥିବା ବେଳେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟରେ ସର୍ବନିମ୍ନ ତାପମାତ୍ର ୩ ଦଶମିକ୍ ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବାଧକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡା, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର ରାତିରେ ପ୍ରବଳ ଶୀତ ହେଉଥିବା ବେଳେ ଦିନରେ ପ୍ରଚଣ୍ଡ ଖରା ଦେଖିବାକୁ ମିଳୁଛି ।

ତେବେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ରାଜ୍ୟରେ ଧୀରେ ଧିରେ ଶୀତ କମିବ । ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକ ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ । ୭ ତାରିଖ ଆଡକୁ ଉପକୂଳ ଓଡ଼ିଶାରେ କୁହୁଡିର ମାତ୍ରା ଆହୁରୀ ବଢିବ । ତେବେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୫ରୁ ୩୪ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।