ନିବେଶକଙ୍କ ମୁଣ୍ଡରେ ଚଡକ : ହିଣ୍ଡେନବର୍ଗ ରିପୋର୍ଟ ପରେ ୧୦ ଲକ୍ଷ କୋଟି ଟଙ୍କା ହରାଇଲାଣି ଗୌତମ ଆଦାନୀ

181

କନକ ବୁରୋ : ନିବେଶକଙ୍କ ମୁଣ୍ଡରେ ଚଡକ । ହିଣ୍ଡେନବର୍ଗର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ହରାଇଲାଣି ୧୦ ଲକ୍ଷ କୋଟି ଟଙ୍କା । ଆଦାନୀ ଗ୍ରୁପ ସେୟାର ଅଧିାରୁ ଅଧିକ ୫୮ ପ୍ରତିଶତ ହ୍ରାସ ପାଇଲାଣି । ଏହି ରିପୋର୍ଟ ପରେ ଭାରତୀୟ ଷ୍ଟକ ମାର୍କେଟ ମଧ୍ୟ ପ୍ରଭାବିତ ହୋଇଛି । ନିବେଶକମାନେ ଆଦାନୀ ଗ୍ରୁପର କମ୍ପାନୀଗୁଡିକର ସେୟାର ବିକ୍ରି କରୁଥିବାରୁ ଆଦାନୀଙ୍କ ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଲଗାତାର ହ୍ରାସ ପାଇବାରେ ଲାଗିଛି । ହିଣ୍ଡେନବର୍ଗର ସବୁ ଅଭିଯୋଗକୁ ଆଦାନୀ ଗ୍ରୁପ ଖଣ୍ଡନ କରିଥିଲେ ବି ନିବେଶକମାନଙ୍କ ଏହାର ପ୍ରଭାବ ପଡିନାହିଁ ।

ଆଦାନୀ ଟୋଟାଲ ଗ୍ୟାସ କମ୍ପାନୀର ସେୟାର ମୂଲ୍ୟ ୪ ଦଶମିକ ୨୮ ଲକ୍ଷ କୋଟି ଥିବା ବେଳେ ଏହା ୧ ଦଶିମକ୍ ୭୯ ଲକ୍ଷ କୋଟିକୁ ଖସିଆସିଛି । ସେହିପରି ଆଦାନୀ ଏଂଟରପ୍ରାଇଜେସର ସେୟାର ମୂଲ୍ୟ ୩ ଦଶିମ୍ ୯୨ ଲକ୍ଷ କୋଟି ଥିବା ବେଳେ ଏହା ୧ ଦଶମିକ ୮୧ ଲକ୍ଷ କୋଟିକୁ ଖସିଆସିଛି । ଆଦାନୀ ଟ୍ରାନ୍ସମିସନ ୩ ଦଶମିମ୍ ୪ ଲକ୍ଷ କୋଟିରୁ ୧ ଦଶମିକ ୫୬ ଲକ୍ଷ କୋଟି, ଆଦାନୀ ଗ୍ରୀନ ଏନର୍ଜୀ ୩ ଲକ୍ଷ କୋଟିରୁ ୧ ଦଶମିକ ୪୮ ଲକ୍ଷ କୋଟି, ଆଦାନୀ ପୋଟର୍ସ ୧ ଦଶମିକ୍ ୬୪ ଲକ୍ଷ କୋଟିରୁ ୧ ଦଶମିକ୍ ୮ ଲକ୍ଷ କୋଟିକୁ ଖସିଆସିଛି । ଦେଖିବାକୁ ଗଲେ ବିଦେଶୀ ନିବେଶକମାନେ ୨୦୨୩ରେ ଭାରତୀୟ ଷ୍ଟକ ବଜାରରୁ ୩୪ ହଜାର ୬୦୫ କୋଟି ଟଙ୍କା ପ୍ରତ୍ୟାହାର କରିଛନିି ।