ଆଜିଠୁ ବଦଳିବ ପାଗ : ପଶ୍ଚିମା ଝଡ଼ ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ସମ୍ଭାବନା; ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

286

କନକ ବ୍ୟୁରୋ : ଆଜିଠୁ ବଦଳିବ ପାଗ । ଅନୁଭୂତ ହେବ ପଶ୍ଚିମା ଝଡ଼ର ପ୍ରଭାବ । ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ଅଞ୍ଚଳରେ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ୧୭ ତାରିଖରୁ ସାରା ରାଜ୍ୟରେ ଝଡ଼ବର୍ଷା ହେବ । ପବନ ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ ।

୧୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ପବନ ଜାରି ରହିବ । ଏହି ସମୟରେ ରାଜ୍ୟରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ଯାଏ କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା, ପବନ ଜାରି ରହିବ । ଏଥିପାଇଁ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ଫଳରେ ରାଜ୍ୟରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ଯାଏ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର କହିଛି, ବିଜୁଳି, ଘଡ଼ଘଡ଼ି ଓ ଝଡ଼ ପବନ ଯୋଗୁଁ ବିଭିନ୍ନ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରାଯିବା ସହ ବିଜୁଳି ସମୟରେ ନିରାପଦ ସ୍ଥାନ‌ରେ ଆଶ୍ରୟ ନେବା ସହ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ହେବାକୁ ସତର୍କ କରାଯାଇଛି ।