ଆଜି ପୂର୍ବାହ୍ମ ୧୧.୧୫ରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ବିଧାନ ପରିଷଦ ସହ ୭ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

29

କନକ ବ୍ୟୁରୋ : ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ମିଳିଥିବା ସୂଚନା ଅନୁସାରେ ପୂର୍ବାହ୍ନ ୧୧ଟା ୧୫ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ମଧ୍ୟ ଆସିପାରେ। ବିଧାନସଭାର ମୌସୁମୀ ଅଧିବେଶନରେ ସଂକଳ୍ପ ପ୍ରସ୍ତାବ ଆସିବାକୁ ଯୋଜନା ଥିବାରୁ ସମ୍ଭବତଃ କାଲି ରାଜ୍ୟ କ୍ୟାବିନେଟ୍ ଏହାକୁ ଅନୁମୋଦନ ଦେଇପାରନ୍ତି। ଏହାବ୍ୟତୀତ ଓଡ଼ିଶା ମୋଟର ଯାନ ଆଇନରେ ସଂଶୋଧନ, ଅବକାରୀ ଆଇନରେ ସଂଶୋଧନ ସହ ନଗର ଉନ୍ନୟନ ବିଭାଗ ଓ ଆଇନ ବିଭାଗର ମଧ୍ୟ ପ୍ରସ୍ତାବ ଉପରେ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇପାରେ। ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବା ସହ ଅନେକ ପ୍ରସଙ୍ଗ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ଏହି ବୈଠକ ରାଜ୍ୟ ସଚ୍ଚିବାଳୟରେ ଅନୁଷ୍ଠିତ ହେବ । ଆଗାମୀ ଦିନରେ ରାଜ୍ୟ ବିଧାନସଭାର ଅଧିବେଶନ ବସୁଛି । ତେଣୁ ଆଜିର କ୍ୟାବିନେଟ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଚର୍ଚ୍ଚା ଜୋର ଧରିଛି ।