ଅନ୍ତର୍ଜାତୀୟ ସମ୍ମେଳନରେ ଚମକିଲେ ଓଡ଼ିଆ ମହିଳା

94

କନକ ବ୍ୟୁରୋ: ଚଳିତ ମାସରେ ଜୁବେଲ ଟୋଷ୍ଟମାଷ୍ଟର ଆନୁକୂଲ୍ୟରେ ଯୁବନେତୃତ୍ୱ କାର୍ଯ୍ୟକ୍ରମର ଉଦଯାପନ ସମାରୋହ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକର୍ମକୁ ଓଡିଶାର କୁନକୁନ ଦାସ ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ଦେଶର ୨୫ଜଣ ପିଲା ଭାଗନେଇ ନିଜ ନିଜର ପ୍ରତିଭାର ପରିପ୍ରକାଶ କରିଥିଲେ। ଏହି ସମ୍ମେଳନ ପ୍ରାୟ ୩ ମାସ ଧରି ଚାଲିଥିଲା ବେଳେ ପିଲାମାନେ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ଏହି କାର୍ଯ୍ୟକର୍ମରେ ୟୁନିଭର୍ସାଲ ଇନ୍ସେପିସିସନ କମ୍ପାନୀର ସିଇଓ ବଦ୍ରିଦୁଦିନ ଯୋଗ ଦେଇ ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। କୁନକୁନଦାସ ଓଡ଼ିଶାର ବାରିପଦା ସହରର ବାସିନ୍ଦା ହୋଇଥିବା ବେଳେ ଗତ ୨୫ବର୍ଷ ଧରି ସେ ସାଉଦିରେ ରହି ଆସୁଛନ୍ତି। ‘ଉତ୍କଳିକା’ ସାଉଦି ଆରବର ଜଣେ ସକ୍ରିୟ ସଦସ୍ୟା ଭାବେ ତାଙ୍କର ଏହି ସଫଳତା ପାଇଁ ସାଉଦି ଆରବରେ ରହୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ତାଙ୍କ ପାଇଁ ଗୌରବାନ୍ବିତ ହୋଇଛନ୍ତି।