ଶ୍ରୀ ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ପଛର ବିନ୍ଧାଣୀ ଓଡିଆ ବୈଜ୍ଞାନିକ । ସାରା ରାଜ୍ୟର ଗୌରବ ଡ. ଏସ୍ କେ ପାଣିଗ୍ରାହୀ ।

4,733

କନକ ବ୍ୟୁରୋ: ଆଜି ସାରା ବିଶ୍ୱବାସୀ ଦର୍ଶନ କରିଛନ୍ତି ପ୍ରଭୁ ଶ୍ରୀରାମଲଲାଙ୍କ ଦିବ୍ୟ ‘ସୂର୍ଯ୍ୟ ତିଳକ’ । ଆଜି ପବିତ୍ର ରାମନବମୀ ଅବସରରେ ରାମଲଲାଙ୍କ ମସ୍ତକରେ ପଡିଛି ସୂର୍ଯ୍ୟଙ୍କ କିରଣ । ଯେପରି ସ୍ୱୟଂ ସୂର୍ଯ୍ୟଦେବ ଆସି ନିଜ କିରଣରେ କରିଛନ୍ତି ପ୍ରଭୁଙ୍କ ତିଳକ ।

ଏହି ଅଭିନବ ସୂର୍ଯ୍ୟ ତଳକ ଏକ ବୈଜ୍ଞାନିକ ପଦ୍ଧତିରେ କରାଯାଇଛି । ଏହି ନିଆରା କୌଶଳ ପଛର ବିନ୍ଧାଣୀ ହେଉଛି ଓଡିଆ ବୈଜ୍ଞାନିକ ସରୋଜ କୁମାୀର ପାଣିଗ୍ରାହୀ । ତାଙ୍କ ନେତୃତ୍ୱରେ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ)ର ଏକ ଟିମ୍ ରାମ ମନ୍ଦିରରେ ନିଆରା ‘ସୂର୍ୟ୍ୟ ତିଲକ’ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି। ସୂର୍ୟ୍ୟକିରଣ, ଦର୍ପଣ ଓ ଲେନ୍ସ ସାହାଯ୍ୟରେ ଏହି ନିଆରା ପ୍ରୋଜେକ୍ଟ କାମ କରିବ । କିନ୍ତୁ ଏଥିରେ ବିଦ୍ୟୁତ, ବ୍ୟାଟେରୀ, ଲୁହା ଓ ଇସ୍ପାତ ର ବ୍ୟବହାର ହୋଇନାହିଁ ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୌରାଙ୍ଗ ପାଣିଗ୍ରାହୀ ଓ ହେମଲତା ପାଣିଗ୍ରାହୀଙ୍କ ସୁପୁତ୍ର ହେଉଛନ୍ତି ସରୋଜ କୁମାର ପାଣିଗ୍ରାହୀ । ନିଜ ଗାଁ ସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କରିଥିଲେ। ସେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଓ ରାଉରକେଲାର ରିଜିଓନାଲ ଇଞ୍ଜିନିୟରିଂ କଲେଜ (ଆରଇସି)ରୁ ଏମଟେକ୍ କରିଥିଲେ। ସରୋଜ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ରୁରକିରୁ ପିଏଚଡି କରିବା ପରେ ସିବିଆରଆଇରେ ବୈଜ୍ଞାନିକ ଭାବରେ କାର୍ୟ୍ୟ କରୁଛନ୍ତି ।