ବଡଦାଣ୍ଡର ଭିକ୍ଷୁକରୁ ଶିକ୍ଷକ ବନିଲେ ଶ୍ରୀଜିତ ପାଢୀ । ମାନସିକ ଭାରସାମ୍ୟ ହରାଇ ପୁରୀରେ କରୁଥିଲେ ଭିକ୍ଷାବୃତି ।

361

କନକ ବ୍ୟୁରୋ: ପୁରୀ ବଡ଼ଦାଣ୍ଡର ଭିକାରୀରୁ ଏବେ ଶିକ୍ଷକ । ମାନସିକ ବିକାରଗ୍ରସ୍ତ ହୋଇ ପୁରୀ ବଡଦାଣ୍ଡରେ ଭିକ ମାଗୁଥିଲେ । ତାଙ୍କ ବନ୍ଧୁଙ୍କ ଦ୍ୱାରା ଉଦ୍ଧାର ହୋଇ ଚିକିତ୍ସିତ ହେବା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ଛୋଟ ପିଲାଙ୍କୁ ପାଠ ପଢାଉଛନ୍ତି । ଏ ହେଉଛି ଶ୍ରୀଜିତ ପାଢ଼ୀଙ୍କ କାହାଣୀ । ସେ ଉଚ୍ଚ ଶିକ୍ଷିତ । ହେଲେ ସେ ବଡ଼ଦାଣ୍ଡରେ ଭିକ ମାଗୁଥିବା ଅବସ୍ଥାରେ ତାଙ୍କୁ ଠାବ କରିଯାଇଥିଲା । ଏନେଇ ସେତେବେଳେ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।

କନକ ନ୍ୟୁଜରେ ଏହି ଖବର ବାଜିବା ପରେ ଶ୍ରୀଜିତଙ୍କ ସ୍କୁଲ ବନ୍ଧୁମାନେ ବଡଦାଣ୍ଡରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଏସସିବିର ମାନସିକ ବିଭାଗରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ଖୁସିର କଥା ହେଲା ଶ୍ରୀଜିତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି, ଆଉ ପିଲାଙ୍କୁ ପାଠ ବି ପଢ଼ାଉଛନ୍ତି । ଶ୍ରୀଜିତ ପୁଣି ଥରେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆଗକୁ ବଢ଼ିବେ ଏଥିପାଇଁ ତାଙ୍କ ବନ୍ଧୁମାନେ ପ୍ରୟାସ ଜାରି ରଖିଛନ୍ତି ।