ନୀତିଶ ମୁଖ୍ୟମନ୍ତ୍ରୀ ଓ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ, ଜାଣନ୍ତୁ ସନ୍ଧ୍ୟାରେ ବସୁଥିବା କ୍ୟାବିନେଟରେ କଣ ହେବ ଆଲୋଚନା

175

କନକ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ବିହାର ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି । ଗତକାଲି ଦିନ ୧୨ ଟା ପର୍ଯ୍ୟନ୍ତ ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟର ସରକାର ଥିବା ବେଳେ ଆଜି ବିହାରରେ ଆରଜେଡି ଓ ଜେଡିୟୁ ମେଣ୍ଟର ସରକାର ଗଠନ ହୋଇସାରିଛି । ଏହି କ୍ରମରେ ଆଜି ସନ୍ଧ୍ୟାରେ ବିହାର ସରକାର ପ୍ରଥମ କ୍ୟାବିନେଟ ବୈଠକ କରିବାକୁ ଯାଉଛନ୍ତି । ଏହି କ୍ୟାବିନେଟରେ ଏକ ଏଜେଣ୍ଡା ପାରିତ କରାଯାଇ କେବେ ବିଧାନସଭା ବୈଠକ ବସିବ ତା ଉପରେ ନିଷ୍ପତ୍ତି ନିଆଯିବ ।

ସେପଟେ ରାଜ୍ୟପାଳ ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ନୀତିଶ ସରକାରଙ୍କୁ ୧୪ ଦିନ ସମୟ ଦେଇଛନ୍ତି । ଏହି ୧୪ ଦିନ ମଧ୍ୟରେ ନୀତିଶ କୁମାରଙ୍କୁ ବିଧାନସଭାରେ ବହୁମତ ପ୍ରମାଣ ଦେବାକୁ ପଡିବ । ଏନେଇ ଆଜି କ୍ୟାବିନେଟରେ ବିଶେଷ ଆଲୋଚନା ହୋଇ କେବେ ବିଧାନସଭା ବୈଠକ ଡକାଯିବ ତା ଉପରେ ଆଲୋଚନା କରାଯିବ ।

ସେପଟେ ଆଜି ଅନୁଷ୍ଠିତ ହୋଇଥିବା ଶପଥଗ୍ରହଣ ଉତ୍ସବରେ କେବଳ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେଇଛନ୍ତି । ଏହି ମହାଗଠବନ୍ଧନରେ ମୋଟ ୭ ଟି ରାଜନୈତିକ ଦଳ ନୀତିଶ ସରକାରଙ୍କୁ ସମର୍ଥନ ଦେଇଥିବାରୁ କାହାକୁ କେତେ ମନ୍ତ୍ରୀପଦ ମିଳିବ ଓ ରାଜ୍ୟ ସରକାରରେ ଗୁରୁତ୍ୱପଣ୍ଣର୍୍ ମନ୍ତ୍ରୀପଦ କାହା ହାତରେ ସମର୍ପିତ କରାଯିବ ତାହା ଉପରେ ଆଜି କ୍ୟାବିନେଟରେ ଆଲୋଚନା ହେବ ବୋଲି ଆକଳନ କରାଯାଇଛି ।