ଚାନ୍ଦିପୁର ୩ ନମ୍ବର ଲଂଚ ପ୍ୟାଡରୁ କ୍ଷେପଣାସ୍ତ୍ର ନିର୍ଭୟର ପରୀକ୍ଷଣ: ଆକାଶମାର୍ଗରେ ଶତ୍ରୁପକ୍ଷକୁ ଫାୟାରିଂ କରିବାରେ ହେବ ସକ୍ଷମ

15

ବାଲେଶ୍ୱର : ଦୂରଗାମି କ୍ଷେପଣାସ୍ତ୍ର ନିର୍ଭୟର ପରୀକ୍ଷଣ । ବାଲେଶ୍ୱର ସ୍ଥିତ ଚାନ୍ଦିପୁରର ୩ ନମ୍ବର ଲଞ୍ଚିଂ ପ୍ୟାଡରୁ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଆଜି ଦିନ ୧୧ ଟା ୫୪ ରେ ଏହି ପରୀକ୍ଷଣ କରାଯାଇଛି । ଆକାଶମାର୍ଗରୁ ପ୍ରାୟ ୧ ହଜାର କିଲୋମିଟର ଦୂରରେ ଶତ୍ରୁପକ୍ଷକୁ ଫାୟାରିଂ କରିବାର କ୍ଷମତା ରଖିଛି ନିର୍ଭୟ । ଡାଟା, ଫଟୋ ସହ ଭିଜୁଆଲ ମଧ୍ୟ ପଠାଇ ପାରିବ ନିର୍ଭୟ କ୍ଷେପଣାସ୍ତ୍ର । ଏହାର ଓଜନ ୧ ହଜାର ୫ଶହ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ୬ ମିଟର ରହିଛି ।