କନକ ବ୍ୟୁରୋ : ନିଳାଦ୍ରୀ ବିଜେ ବେଳେ ଦିଅଁଙ୍କୁ ଛୁଇଁବା ଘଟଣାରେ ଆଜି ସିସିଟିଭି ଫୁଟେଜକୁ ଯାଂଚ କରାଯିବ । ଆଇଆଇସି ଦିଅଁଙ୍କୁ ଛୁଇଁବା ଘଟଣାର ତଦନ୍ତ କେନ୍ଦ୍ରାଂଚଳ ଆଇଜି କରିବେ । ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଂଚ କରାଯିବ । ଅଣସେବାୟତ ଶ୍ରୀଜୀଉଙ୍କୁ ଛୁଇଁବା ବାରଣ ଥିବାବେଳେ ପୁଲିସ ଅଧିକାରୀ କିଭଳି ସ୍ପର୍ଶକଲେ ତାକୁନେଇ ଆପତ୍ତି ଉଠିବା ପରେ, ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
Kanak News is now on WhatsApp
Join and get latest news updates delivered to you via WhatsApp
ପୁରୀ ଡ୍ୟୁଟିରେ ଥିବା ବୌଦ୍ଧ ଆଇଆଇସି ଅମୂଲ୍ୟ ଧର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ସମୟରେ, ଶ୍ରୀମନ୍ଦିର ଭିତରେ ଛୁଇଁଥିବା ଅଭିଯୋଗ ହୋଇଛି । ପ୍ରତିହାରୀ ନିଯୋଗ ସାମ୍ନାରେ ପୋଲିସ ଅଧିକାରୀ ଅମୂଲ୍ୟଧର ଦେବୀ ସୁଭଦ୍ରାଙ୍କୁ ଛୁଇଁଥିବା ଅଭିଯୋଗ ଆଣିଥିଲେ ଜଣେ ସେବାୟତ । ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ।