ନୀଳଚକ୍ରର ମହିମାକୁ ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ : ଆଜି ଭୈମ ଏକାଦଶୀରୁ ଆରମ୍ଭ ହେବ ନୀଳଚକ୍ର ଆଳତୀ

60

କନକ ବ୍ୟୁରୋ :  ଶ୍ରୀମନ୍ଦିରରେ ରହିଛି ଅନେକ ଆଶ୍ଚର୍ଯ୍ୟ । ଶ୍ରୀଜଗନ୍ନାଥଙ୍କ ସ୍ୱାକ୍ଷର ବହନ କରିଥାଏ ନୀଳଚକ୍ର । ନୀଳକନ୍ଦରରେ ଶୋଭାପାଉଛି ନୀଳଚକ୍ର । ନୀଳଚକ୍ରରେ ବନ୍ଧା ଯାଇଥିବା ପତିତପାବନ ବାନା ସବୁବେଳେ ପବନର ବିପରୀତ ଦିଗରେ ଉଡିଥାଏ । କୁହାଯାଏ, ନୀଳଚକ୍ରକୁ ଦର୍ଶନ କଲେ ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଦର୍ଶନର ସମାନ ଫଳ ମିଳିଥାଏ ।

ନୀଳଚକ୍ରର ମହିମାକୁ ବିଶ୍ୱରେ ପ୍ରଚାର ପ୍ରସାର କରିବାକୁ ଆଜି ପବିତ୍ର ଏକାଦଶୀରୁ ଆରମ୍ଭ ହେଉଛି ନୀଳଚକ୍ର ଆଳତୀ । ଶ୍ରୀନୀଳଚକ୍ର ଆରାଧନା ସେବା ସଂସ୍ଥାନ ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ନୀଳଚକ୍ରଙ୍କୁ ଆଳତୀ କରାଯିବ । ବିଶ୍ୱାସ ରହିଛି, ଆଳତୀ ସମୟରେ ନୀଳଚକ୍ରକୁ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ । ଶ୍ରୀ କ୍ଷେତ୍ରରେ ମହୋଦଧିଙ୍କ ଉଦ୍ଦେଶ୍ୟରେ ସବୁଦିନ ଆଳତୀକରାଯାଉଥିବାବେଳେ ଏବେ ନୀଳଚକ୍ର ଉଦ୍ଦେଶ୍ୟରେ ପ୍ରତିଦିନ ସନ୍ଧ୍ୟାରେ କରାଯିବ ଆଳତୀ ।