ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗଣଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ନିଖିଳ ଓଡିଶା ଏନ୍.ସି. ଏଲ୍. ପି.କର୍ମଚାରୀ ସଂଘ । ସମସ୍ତ ଛଟେଇ ଶିକ୍ଷା ସ୍ୱେଛାସେବୀଙ୍କୁ ପୁନଃ ନିଯୁକ୍ତି ଓ ଥଇଥାନ ଦାବିରେ ଘେରାଉ କରିଥିଲେ ଏନ୍. ସି. ଏଲ୍. ପି. କର୍ମଚାରୀ ସଂଘ । ଛଟେଇ କର୍ମଚାରୀମାନଙ୍କୁ ଶିକ୍ଷା ସହାୟକ ଭାବେ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇ ଗତ ତିନି ତାରିଖରୁ ମହାତ୍ମାଗାନ୍ଧୀ ମାର୍ଗରେ ଧାରଣା ଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ସରକାର କୋ÷ଣସି ପଦକ୍ଷେପ ନନେବାରୁ ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଥିଲେ । ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆନ୍ଦୋଳନକାରୀମାନଙ୍କଠାରୁ ୧୫ ଦିନ ସମୟ ନେଇଛନ୍ତି । ଏହା ଭିତରେ କିଛି ସମାଧାନର ପନ୍ଥା ବାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।